ଶତ ପ୍ରତିଶତ ଭିଭିପିଏଟି ସ୍ଲିପ୍‌ ଯାଞ୍ଚ ଆବେଦନ ଖାରଜ

Spread the love

ନୂଆଦିଲ୍ଲୀ,୨୨/୫ (ସନ୍ଧାନ ନିୟୁଜ): ଭୋଟ ଗଣତି ଦିନ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌(ଇଭିଏମ୍‌) ସହ ୧୦୦ ପ୍ରତିଶତ ଭୋଟର ଭେରିଫାଏବ୍ଲ ପେପର ଅଡିଟ ଟ୍ରେଲ୍‌ (ଭିଭିପିଏଟି) ସ୍ଲିପ୍‌ ମେଳ କରାଇବା ପାଇଁ ଦାଏର ଜନସ୍ବାର୍ଥ ମାମଲା (ପିଆଇଏଲ୍‌)କୁ ସୁପ୍ରିମକୋର୍ଟ ମଙ୍ଗଳବାର ଖାରଜ କରିଦେଇଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ବୃହତ ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟ ଶୁଣାଇ ସାରିଥିବାବେଳେ ଜଷ୍ଟିସ୍‌ ଅରୁଣ ମିଶ୍ର ଏବଂ ଏମ୍‌.ଆର୍‌. ଶାହଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। ଚେନ୍ନାଇର ‘ଟେକ୍‌ ଫର୍‌ ଅଲ୍‌’ ସଂଗଠନ ପକ୍ଷରୁ ଦାଏର ପିଆଇଏଲ୍‌ର ଜରୁରୀ ଶୁଣାଣି ପାଇଁ ହୋଇଥିବା ଆବେଦନକୁ ଅଦାଲତ ଅଗ୍ରାହ୍ୟ କରିଦେବା ସହ ମାମଲାକୁ ଖାରଜ କରିଦେଇଥିଲେ। ଏହା ପୂର୍ବରୁ ୨୧ ବିରୋଧୀ ଦଳ ପକ୍ଷରୁ ଦାଏର ରିଭ୍ୟୁ ପିଟିଶନକୁ ମେ ୭ରେ ସିଜେଆଇଙ୍କ ଖଣ୍ଡପୀଠ ଖାରଜ କରିଦେଇଥିଲେ। ଇଭିଏମ୍‌ ସହ ଭିଭିପିଏଟି ସ୍ଲିପ୍‌ ଯାଞ୍ଚ ସଂଖ୍ୟା ୫୦ ପ୍ରତିଶତକୁ ବଢ଼ାଇବା ଲାଗି ବିରୋଧୀ ଦଳଗୁଡିକ ପକ୍ଷରୁ ଦାବି କରାଯାଇଥିଲା।

Related Posts

About The Author

Add Comment