କୋଇଡା,16/11 (ସନ୍ଧାନ ନିୟୁଜ/ଲମ୍ବୋଦର ବାରିକ ) କୋଇଡାଥାନା ଅନ୍ତର୍ଗତ ଶଗଡଭଙ୍ଗା ଗ୍ରାମ ନିକଟ ଏକ ଜଙ୍ଗଲ ର ବୁଦା ଭିତରୁ ଏକ ନବ ଜାତ ଶିଶୁକନ୍ୟା ଠାବ ହୋଇଛି । ଘଟଣାରୁ ପ୍ରକାଶ ସ୍ଥାନୀୟ କିଛି ବାସିନ୍ଦା ସ୍ଵଛ ପାଇଁ ଯାଇଥିବା ବେଳେ ନବଜାତ ଶିଶୁକନ୍ୟା ର କାନ୍ଦଣା ଶୁଣି ପାଖ କୁ ଯାଇ ଦେଖି ସଙ୍ଗେ ସଙ୍ଗେ ୱାର୍ଡ଼ ମେମ୍ବର କୁ ଜଣାଇଥିଲେ ତୁରନ୍ତ କୋଇଡା ପୋଲିସ କୁ ସୂଚନା ଦେଇଥିଲେ ଫଳରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନବଜାତ ଶିଶୁକନ୍ୟା କୁ ଜବତ କରି କୋଇଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ନେଇ ଚିକିତ୍ସା କରାଇବା ସହିତ ଘଟଣାର ତଦନ୍ତ ଜାରି ରଖିଛି।
ଶଗଡଭଙ୍ଗା ଜଙ୍ଗଲବୁଦାରୁ ନବ ଜାତ ଶିଶୁକନ୍ୟା ଠାବ
|
November 17, 2018 |
