ଲ୍ୟାମ୍ପସରେ ରାତି କାଟିଲେ ଚାଷୀ

Spread the love

ଜାମଦା, ୨୦.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା ):- ଜାମଦା ବ୍ଲକ୍ ବଡ଼ଦୁନ୍ଦୁ ଲ୍ୟାମ୍ପ ପକ୍ଷରୁ ଚାଷୀମାନଙ୍କୁ ଧାନ କ୍ରୟ ନେଇ ଅବଗତ କରାଇଥିଲା । ଫଳରେ ଆଜି ବ୍ଲକ୍ ଅଧୀନ ୩ଟି ପଞ୍ଚାୟତର ୨୨ ଜଣ ଚାଷୀ ୭୦ କ୍ୟୁଣ୍ଟାଲ୍ ଧାନ ଧରି ବଡ଼ଦୁନ୍ଦୁ ଲ୍ୟାମ୍ପସରେ ପହଂଚିଥିଲେ ତେବେ ରାତି ୮ଟା ଯାଏ ମିଲ୍‌ର କେହି କର୍ମଚାରୀଙ୍କ ଦେଖାମିଳିନାହିଁ। ଫଳରେ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଏ ଉତ୍ତେଜନା ପ୍ରକାଶ ପାଇଛି। ସେମାନେ ଶୀତରେ ରାତିସାରା ମଣ୍ଡିରେ ଧାନକୁ ଜଗି ରହିଥିବା ଜଣାପଡ଼ିଛି। ଏନେଇ ବଡ଼ଦୁନ୍ଦୁ ଲ୍ୟାମ୍ପସର ଏଡି ବୁଢ଼ାନ ମାଝୀଙ୍କ ସହ ଯୋଗାଯୋଗ କରାଯାଇଥିଲା । ସେ ମିଲରଙ୍କ କହିବା ଅନୁସାରେ ଚାଷୀଙ୍କୁ ଧାନ ଆଣିବାକୁ କୁହାଯାଇଥିବା ପ୍ରକାଶ କରିବା ଘଟଣା ବାବଦରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିବା କହିଛନ୍ତି ।

Related Posts

About The Author

Add Comment