ଲୋନ୍ ଦେବେ କହି ଠକି ନେଲେ ଲକ୍ଷାଧିକ ଟଙ୍କା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା

Spread the love

ରାଇରଙ୍ଗପୁର, ୨୪/୧୨/୨୦୨୦(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା) : ଏକ ବଡ ଧରଣର ଠକାମିର ପର୍ଦାଫାଶ କରିଛି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ । ମୁଥୁଟ୍ ଫାଇନାନ୍ସର ଫିଲ୍ମ ଅଫିସର ଓ ବ୍ୟାଙ୍କ ମ୍ୟାନେଜର ସାଜି ସାଧାରଣ ଲୋକଙ୍କୁ ଲୁଟି ଆସୁଥିଲେ ୩ ଜଣ ଠକ। ପୋଲିସ ସେମାନଙ୍କ ମଧ୍ୟରୁ ଫିଲ୍ମ ଅଫିସର ସାଜିଥିବା ଦୁଇ ଜଣ ବ୍ୟକ୍ତି ରାଇହରି ଗ୍ରାମର ପବିତ୍ର ପାତ୍ର ଓ ବଡ଼ଡାଳିମା ଗ୍ରାମର କାହ୍ନାଇ ହାଁସଦାଙ୍କୁ ଗତ ଜୁନ ମାସରେ ଗିରଫ କରିଥୁଲା । ତେବେ ଫେରାର ଥିବା ମାଷ୍ଟରମାଇଣ୍ଡ ଠକ ମ୍ୟାନେଜରଙ୍କୁ ପୋଲିସ ଆଜି ଗିରଫ କରିଛି। ଗିରଫ ମାଷ୍ଟର ମାଇଣ୍ଡ ଜଣଙ୍କ ହେଲେ ବଡ଼ସାହି ଥାନା ବାଘ ମାରି ଅଞ୍ଚଳର ଖଗେନ୍ଦ୍ର ମହାନ୍ତି । ସୂଚନାଅନୁଯାୟୀ, ଏହି ଠକ ଗ୍ୟାଙ୍ଗ ମୁଥୁଟ ଫାଇନାନ୍ସ ସଂସ୍କାର ପରିଚୟ ଦେଇ ରାଇରଙ୍ଗପୁର, ତିରିଂ, ବିଶୋଇ ଓ ଗୋରୁମହିଷାଣି ଥାନା ଅଞ୍ଚଳର ଲୋକଙ୍କୁ ଠକୁଥିଲେ। ସେମାନେ ପ୍ରତେକ ହିତାଧିକାରୀଙ୍କୁ ୭୦ ହଜାର ଟଙ୍କା ଲୋନ ଦେବା କହି ବୀମା ଫି‘‌ ବାବଦକୁ ୨୦୭୦ ଟଙ୍କା ଆଦାୟ କରୁଥିଲେ । ଏହିପରି ଭାବରେ ୧୨୫ ଜଣ ଲୋକଙ୍କ ଠାରୁ ତିନି ଲକ୍ଷରୁ ଊର୍ଷ ଟଙ୍କା ନେଇ କୌଣସି ଲୋନ ପ୍ରଦାନ କରିନଥିଲେ।

Related Posts

About The Author

Add Comment