କେନ୍ଦୁଝର, ୨୨/୦୨ (ସନ୍ଧାନ ନିୟୁଜ୍) ଝୁମ୍ପୁରା ବ୍ଲକ ଅନ୍ତର୍ଗତ ବାଲିବନ୍ଧ ପଞ୍ଚାୟତ ରେ ଥିବା କଟଲପଷି ଗ୍ରାମରେ ଏପରି ଏକ ନିନ୍ଦନୀୟ ଦୃଶ୍ୟ ଦେଖି ବାକୁ ମିଳିଛି ! ଦୀର୍ଘ ଦୁଇ ବର୍ଷ ରୁ ଉର୍ଦ୍ଧ ହେଲାଣି ଇଲେକ୍ଟ୍ରି ତାର ତଳକୁ ଝୁଲି ରହିଥିବା ହେତୁ ସେ ଆଖପାଖ ରେ ଚାଷ ମଧ୍ୟ କରୁନାହାନ୍ତି ଜମି ମାଲିକ ! ନେସ୍କୋ କମ୍ପାନୀ ର କର୍ତ୍ତୃପକ୍ଷ ଙ୍କୁ ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ ଫଳ ଶୂନ୍ୟ ହୋଇ ଚାଲିଛି ! ରାଜ୍ୟ ସରକାର ଜଣେ ଲୋକ ଇଲେକ୍ଟ୍ରି ଦ୍ଵାରା ମୃତ୍ୟୁ ବରଣ କଲେ ଚାରି ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି, ଆପଣ ମାନେ ଚିନ୍ତା କରନ୍ତୁ ସରକାର ଚାରି ଲକ୍ଷ ଦେବାକୁ ପ୍ରସ୍ତୁତ କିନ୍ତୁ ନେସ୍କୋ କମ୍ପାନୀ କୁ କୈାଣସି ପ୍ରକାର ପଦକ୍ଷେପ ନେବାପାଇଁ ଚିନ୍ତା କରୁନାହାନ୍ତି ଏହାର କାରଣ କଣ ହେଇପାରେ ? ! ମାତ୍ର ଚାରି ଶହ ଟଙ୍କା ଖର୍ଚ୍ଚ କଲେ ଖୁଣ୍ଟ ଓ ତାର ଉପରକୁ ଉଠେଇ ହେବ ଏବଂ ଜୀବନ ରକ୍ଷା ହେଇପାରିବ ଏଥିରୁ ଆପଣ ମାନେ ଚିନ୍ତା କରନ୍ତୁ ସରକାର ରାଜସ୍ବ ଟଙ୍କା କୁ ଅଯଥା ବାଟରେ ଖର୍ଚ୍ଚ କରି ରାଜସ୍ବ କ୍ଷତି କରାଉଛନ୍ତି କି ନାହିଁ ।
ଲୋକ ଙ୍କ ଜୀବନ ନେଉଛି ନେସ୍କୋ କମ୍ପାନୀ !
|
February 22, 2020 |