ଲୋକୋ ପାଇଲଟ ନିଖୋଜ ! ତଦନ୍ତ ଆରମ୍ଭ

Spread the love

ରାଉରକେଲା, ୦୮/୧୨ (ସନ୍ଧାନ ନିୟୁଜ): ମାଲଗାଡି ନେଇ ବ୍ରଜରାଜନଗରରେ ପହଞ୍ଚିବା ପରେ ନିଖୋଜ ହୋଇଛନ୍ତି ଜଣେ ଲୋକୋ ପାଇଲଟ! ସୂଚନା ମୁତାବକ ଗତ 4 ତାରିଖରେ ସେ ରାଉରକେଲା ରେଳ ଷ୍ଟେସନରୁ ମାଲଗାଡି ନେଇ ବ୍ରଜରାଜନଗର ଯାଇଥିଲେ । ହେଲେ ସେଠାରୁ ସେ ହଠାତ୍‌ ନିଖୋଜ ହୋଇଯାଇଛନ୍ତି । ଏନେଇ ଗତ 6 ତାରିଖରେ ରାଉରକେଲା ରେଳ ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବ ଜଣା ପଡିଛି ।ତେବେ ନିଖୋଜ ଲୋକୋ ପାଇଲଟଙ୍କ ସ୍ତ୍ରୀଙ୍କ କହିବା ମୁତାବକ ତାଙ୍କ ଫୋନ ନମ୍ବର ବନ୍ଦ ରହିଛି ତଥାପି ଶନିବାର ରାତି 10ଟା 15 ପର୍ଯ୍ୟନ୍ତ ସେ ମୋବାଇଲ ହ୍ବାଟ୍ସଆପ୍‌ରେ କଥା ହୋଇଥିଲେ । ଏହାପରଠାରୁ ତାଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁନଥିବାରୁ ସ୍ତ୍ରୀଙ୍କ ସହ ଚିନ୍ତା ପ୍ରକାଶ କରିଛି ରେଳ ବିଭାଗ । 

Related Posts

About The Author

Add Comment