ଭୁବନେଶ୍ୱର,୩୦ /୦୩ (ସନ୍ଧାନ ନିୟୁଜ) ବିଧାନସଭାର ଅସମାପ୍ତ ବଜେଟ ଅଧିବେଶନ ଆସନ୍ତାକାଲି ବସିବ। ପ୍ରଥମ ଥର ପାଇଁ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏହି ବୈଠକ ବସିବ। ବିଧାନସଭାର ଜଣେ କର୍ମଚାରୀ ତୃତୀୟ କରୋନା ରୋଗୀଙ୍କ ସଂସ୍ପର୍ଶରେ ଅାସିଥିବାରୁ ସମସ୍ତ କର୍ମଚାରୀଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଛି। ଏହା ସହ ବିଧାନସଭା କୋଠାକୁ ମଧ୍ୟ ବିଶୋଧନ କରାଯାଉଛି। ସେଥି ପାଇଁ ବୈଠକର ସ୍ଥାନ ପରିବର୍ତ୍ତନ କରାଯାଇଛି।
ଲୋକସେବା ଭବନରେ ବସିବ ବିଧାନସଭା । ପାରିତ ହେବ ବ୍ୟୟମଞ୍ଜୁରି ବିଲ୍
|
March 30, 2020 |