ଲେଫ୍ରିପଡା ରେ ପୁଣି ୬୩ କରୋନା ପୋଜିଟିଭ ଚିହ୍ନଟ

Spread the love

ସୁନ୍ଦରଗଡ 27/05 (ସନ୍ଧାନ ନିଉଜ / ରାଜୁ ପଟେଲ )   ଲେଫ୍ରିପଡା ବ୍ଲକରେ କରୋନା ର ସୁଅ ଥମିବାର ନାଁ ଧରୁନାହିଁ  । ଜନସାଧରଣରଙ୍କୁ ପ୍ରଶାସନ ବାରମ୍ବାର  ସଚେତନ କରାଇଲେ ମଧ୍ୟ କେତେକ ଅମାନିଆ ମାନେ ସଂକ୍ରମିତ  ଅବସ୍ଥାରେ  ବାହାରେ ବୁଲାବୁଲି କରିବାର ସୂଚନା ମିଳୁଛି । ଏହା ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଉଛି । ଏହି କାରଣରୁ ୬୩ ଜଣ ପୋଜିଟିଭ ଚିହ୍ନଟ ହୋଇଛନ୍ତି । ବାରମ୍ବାର ନିୟମ ଭାଙ୍ଗୁଥିବା ଅମାନିଆ ମାନଙ୍କୁ ଏବେ ପର୍ଯ୍ୟନ୍ତ ଲେଫ୍ରିପଡା ପୋଲିସ ପ୍ରଶାସନ ପକ୍ଷରୁ କୌଣସି କଡା କାର୍ଯନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ବୁଦ୍ଧିଜୀବୀ ମହଲରେ ଚିନ୍ତାର ବିଷୟ ପାଲଟିଛି । ନିୟମିତ ଭାବରେ ଲେଫ୍ରିପଡା ର ମିନି ବ୍ୟାଙ୍କ ,ରାସନ ଦୋକାନ ଓ ଅକାରଣରେ ଅନେକ ବାଇକ ଯାତ୍ରୀ ଯିବା ଆସିବା ଦ୍ଵାରା ମୁଖ୍ୟ ରାସ୍ତା ପ୍ରାୟତଃ ଭିଡ ରହିବାର ବାରମ୍ବାର ସୂଚନା ମିଳୁଛି । ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଜନସାଧରଣରେ ଦାବି ହେଉଛି ।

Related Posts

About The Author

Add Comment