ଲେଫ୍ରିପଡା ରେ ପୁଣି ୨୧ଜଣ କରୋନା ପୋଜିଟିଭ ଚିହ୍ନଟ

Spread the love

ସୁନ୍ଦରଗଡ, ୨୫/୬/୨୦୨୧ ( ସନ୍ଧାନ ନିଉଜ/ ରାଜୁ ପଟେଲ) ଲେଫ୍ରିପଡା ବ୍ଲକରେ ପୁଣି କରୋନା ତାର କରାଲରୁପ ବଢାଇବାରେ ଲାଗିଛି । ବିଗତ ଦିନରେ କରୋନା ସଂକ୍ରମଣ ହାର କମିବାରେ ଲାଗିଥିଲା ମାତ୍ର ଆଜି ବ୍ଲକରେ ୨୧ ଜଣ ପୋଜିଟିଭ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି ।  ପ୍ରତ୍ୟେକ ଅଞ୍ଚଳ ବୁଲି ଆର୍ଟିଫିସିଆଲ ଟିମ ସଚେତନ କରାଉଛନ୍ତି । ତା ସହିତ ସଂକ୍ରମିତ ବ୍ୟକ୍ତିଙ୍କୁ କରୋନାର ସାବଧାନତା ବିଷୟରେ ଅବଗତ କରାଉଛନ୍ତି । ଆଗାମୀ ଦିନରେ କିପରି  ସଂକ୍ରମଣ  ହାର କମିବ ତା ବିଷୟରେ ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସୂଚନା ମିଳିଛି । ଗାଁ ମାନଙ୍କରେ ଡ଼ାକବାଦୀ ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଉଛି । କେତେକ ଅମାନିଆଙ୍କ ଅସାବଧାନତା କାରଣରୁ ସଂକ୍ରମଣ ବୃଦ୍ଧିପାଇବାର ଆଶଙ୍କା କରାଯାଉଛି ।

Attachments area

Related Posts

About The Author

Add Comment