ଲେଫ୍ରିପଡା ରେ ପୁଣି କରୋନା ଉପର ମୁହାଁ,ଆଜି ୬୪ ନୂଆ ପୋଜିଟିଭ ଚିହ୍ନଟ

Spread the love

ସୁନ୍ଦରଗଡ: ୩/୬/୨୦୨୧  ( ସନ୍ଧାନ ନିଉଜ/ରାଜୁ ପଟେଲ )   ଲେଫ୍ରିପଡା ବ୍ଲକ ରେ କରୋନା ସବା ଶୀର୍ଷରେ ହେବାକୁ ବସିଲାଣି । ଲେଫ୍ରିପଡା ର କରୋନା ର ଚିତ୍ର କମିବାରେ ଲାଗିଥିବା ବେଳେ ଲୋକଙ୍କ ମଧ୍ୟରେ ଆଶ୍ବସ୍ଥି ଦେଖାଦେଇଥିଲା । ମାତ୍ର ଆଜି ୬୪ ନୂଆ  କରୋନା ପୋଜିଟିଭ ଚିହ୍ନଟ ସ୍ୱାସ୍ଥ୍ୟ ବିଭାଗରୁ  ସୂଚନା ପରେ ଅଞ୍ଚଳରେ ଚିନ୍ତାର ବାତାବରଣ ସୃଷ୍ଟି ହେଇଛି । ଅମାନିଆ ମନେ ନିଜେ ସଚେତନ ହେବା ସହିତ ଅନ୍ୟମାନଙ୍କୁ ସଚେତନ କଲେ ଏହାର କ୍ରମଙ୍କ ଅଙ୍କ ହ୍ରାସ ପାଇବାର ଆକଳନ କରାଯାଉଛି । ସମ୍ମନ୍ୱିତ ଆଦିବାସୀ ସଂସ୍ଥା ତରଫରୁ ସଚେତନତା ରଥ ମାଧ୍ୟମରେ ଲେଫ୍ରିପଡା ର ସମସ୍ତ ଅଞ୍ଚଳ ବୁଲି ବୁଲି ସଚେତନର ବାର୍ତା ଦେଉଛନ୍ତି । ସାଧାରଣ ସ୍ଥାନରେ ମୁହଁ ଘୋଡ଼ାଇ ରଖିବା ସହିତ ପରିସ୍କାର ମାସ୍କ ବ୍ୟବହାର କରିବାକୁ ପ୍ରତ୍ୟେକ ଅଞ୍ଚଳରେ ନିବେଦନ କରିଛନ୍ତି । ତା ସହିତ ମାସ୍କକୁ ସମ୍ପୂର୍ଣ ମୁହଁ ଓ ନାକ ଘୋଡେଇବା ସହିତ ମାସ୍କରେ ହାତ ଲଗାଇଲେ ହାତକୁ ସାନିଟାଇଜ କରିବାକୁ ଅନୁରୋଧ କରୁଛନ୍ତି । ଅତ୍ୟନ୍ତ ଅସୁବିଧାରେ ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରିବାକୁ ଜଣାଇଛନ୍ତି । ପୋଲିସ ପ୍ରଶାସନ ପକ୍ଷରୁ ବ୍ଲକରେ ସଚେତନ ସହିତ ନିୟମ କଡ଼ାକଡ଼ି କରିବାକୁ ଜନସାଧାରଣଙ୍କ ତରଫରୁ ଅନୁରୋଧ କରାଯାଇଛି ।

Related Posts

About The Author

Add Comment