ସୁନ୍ଦରଗଡ, ୯/୬/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ ) ଲେଫ୍ରିପଡା ବ୍ଲକରେ ଗତ କିଛିଦିନ ହେବ ସଂକ୍ରମଣ ସଂଖ୍ୟା ନିମ୍ନରେ ଥିବାବେଳେ ଆଜି ପୁଣି ଆଜି ସ୍ୱାସ୍ଥ୍ୟ ବିଭାଗ ତରଫରୁ ୧୭ ପୋଜିଟିଭ ଚିହ୍ନଟ ହେବାର ସୂଚନା ମିଳିଛି ।ପୁଣି ଅମାନିଆ ମାନଙ୍କ ର ଅନିୟମିତ କାର୍ଯ୍ୟ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି । ଏଣୁ ପୋଲିସ ପ୍ରଶାସନ ତରଫରୁ ଜନଗହଳି ଅଞ୍ଚଳ ତଥା ମାସ୍କ ସହିତ ସାମାଜିକ ଦୂରତା ବାଜାଏ ରହିବା ପାଇଁ ଉଦ୍ୟମ ଚଳାଇଛି । ବ୍ଲକରେ ପ୍ରତ୍ୟେକ ଅଞ୍ଚଳକୁ ବୁଲି ସ୍ଵାସ୍ଥ୍ୟ ବିଭାଗର ଆରଆରଟି ଟିମ ଲୋକଙ୍କ ସ୍ୱାସ୍ଥ୍ୟ କଥା ବୁଝିବା ସହିତ ଯାହାର ଲକ୍ଷଣ ସାମ୍ନାକୁ ଆସୁଛି ତାଙ୍କର ଆଣ୍ଟିଜେନ ଟେଷ୍ଟ କରିବାକୁ ପରାମର୍ଶ ଦେଉଛନ୍ତି ।
ଲେଫ୍ରିପଡା ବ୍ଲକରେ ରେ ପୁଣି ୧୭ ପୋଜିଟିଭ ଚିହ୍ନଟ
|
June 11, 2021 |
