ବଲାଙ୍ଗିର, ୨୪ ।୧(ସନ୍ଧାନ ନିୟୁଜ : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ କୁଡ଼ାସିଂହା ଗାଁର ଉଜ୍ଜ୍ୱଳ ସାହୁଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଛି। ଗତକାଲି ରାତିରେ ୧୦ରୁ ଅଧିକ ଡକାୟତ ୨ଟି ୪ ଚକିଆ ଗାଡ଼ିରେ ଆସି ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଦେଖାଇ ପରିବାର ଲୋକଙ୍କୁ ଭୟଭୀତ କରିଥିଲେ। ଏହାପରେ ୪୦ ଭରି ସୁନା ଓ ନଗଦ ୪୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଖବର ପାଇ ବଲାଙ୍ଗିର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
ଲୁଟି ନେଲେ ୪୦ ଭରି ସୁନା ଓ ଟଙ୍କା
|
January 24, 2020 |
