ଉଦଳା ୨୪/୯(ସନ୍ଧାନ ନ୍ୟୁଜ୍): ଉଦଳାରେ ଦିନକୁ ଦିନ ଚୋରି, ରାହାଜାନି ବଢିବାରେ ଲାଗିଛି । ଲଗାତାର ତିନି ମାସର ରିପୋର୍ଟ କୁ ଦେଖୁ ଲେ ଚୋରି ରାହାଜାନି ଯୌ ପରିମାଣରେ ବୃଦ୍ଧି ପାଇଛି ସତେ ଯେମିତି ନିତିଦିନିଆ ଅଭ୍ୟାସ ହୋଇ ଯାଇଥିବା ମନେ ହେଉଛି । କେଉଁଠି କେତେବେଳେ ଲୁଟ୍ର ଶିକାର ହେବା ତାହା କହିବା ମୁସ୍କିଲ୍ । ପାଞ୍ଚ ଦିନ ତଳେ ସନ୍ଧ୍ୟା ସମୟରେ ଘର ଭିତରେ ପଶି ଜଣେ ମହିଳା ଏବଂ ତାଙ୍କ ପୁଅକୁ ବାନ୍ଧି ଗନ୍ ପଏଣ୍ଟରେ ଲୁଟ ହେବା ପରେ ପୁଣି ମଙ୍ଗଳବାର ଲୁଟେରା ମାନେ ଜନଗହଳିପୂର୍ଣ୍ଣ ସ୍ଥାନରୁ ଜଣେ ବ୍ୟକ୍ତିଙ୍କ ନିକଟରୁ ଦେଢ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ସୂଚନାଯୋଗ୍ୟ ଯେ, ଖୁଣ୍ଟା ଥାନା ଭାଲି ଆଡି ହା ଗ୍ରାମର ପଟେଲ ସୋରେନ୍ ନିଜ ପୁଅ ସହିତ ଉଦଳା ଆସିଥିଲେ । ଉଦଳା ଷ୍ଟେଟ୍ ବ୍ୟାଙ୍କରୁ । ଏକ ଲକ୍ଷ ଟଙ୍କା ଉଠାଣ କରିଥିଲେ । ପୂର୍ବରୁ ତାଙ୍କ ନିକଟରେ ଥିବା ୧୫ ହଜାର ଟଙ୍କାକୁ ମିଶାଇ ମୋଟ ଏକ ଲକ୍ଷ ୧୫ ହଜାର ଟଙ୍କାକୁ ବ୍ୟାରେ ପୁରାଇଥିଲେ । ପୁଅ ସହିତ ପଟେଲ ଉଦଳା ବଜାର ମଧ୍ୟସ୍ଥଳରେ ଥିବା ବାଇଧର ସାହୁଙ୍କ ଦୋକାନକୁ ସଉଦା କିଣି ବା ନିମନ୍ତେ ଯାଇଥିଲେ । ତେବେ ଟଙ୍କା ବ୍ୟାଗ୍ କୁ ଧରି ଚେୟାରରେ ବସି ଥ ବା ବେଳେ ହଠାତ୍ ଦୁଇ ଜଣ ଯୁବକ ଆସି ଉକ୍ତ ବ୍ୟାକୁ ଛଡାଇ ନେଇ ବାଇରେ ଚାଲିଯାଇଥିଲେ। ତେବେ ସ୍ଥାନୀୟ କିଛି ଯୁବକ ତାଙ୍କ ପଛରେ ଗୋଡାଇଥିଲେ ସୁଦ୍ଧା ଲୁଟେରାଙ୍କ ଟେର୍ ପାଇପାରି ନ ଥିଲେ । ଲୁଟ୍ ହୋଇଥିବା ବ୍ୟାଗରେ ଟଙ୍କା ସମେତ ତିନିଟି ବ୍ୟାଙ୍କ ପାସ୍ ବୁକ, ତିନିଟି ଏଟି ଏମ୍ ର ହି ଥିଲା । ଏ ନେଇ ପଟେଲ ସୋରେନ୍ ଉଦଳା ଥାନାରେ ଲିଖୁତ ଅଭିଯୋଗ କରିଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା କୁହାଯାଇଛି ।
ଲୁଟି ନେଲେ ଦେଢଲକ୍ଷ ଟଙ୍କା
|
September 24, 2020 |



