ଲିପ୍ଟ ବାହାନାରେ ବ୍ୟକ୍ତିଙ୍କୁ ଲୁଟ୍ ଅଭିଯୋଗ

Spread the love

ଭୁବନେଶ୍ବର, ୧୧/୧୦ (ସନ୍ଧାନ ନିଉଜ) : ଲିପ୍ଟ ଦେବା ବାହାନାରେ ଜଣେ ବ୍ୟକ୍ତିଙ୍କଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ପ୍ରଥମେ ତାଙ୍କୁ ଅପହରଣ କରିନେଇଥିଲେ ପରେ ତାଙ୍କ ଠାରୁ ଲୁଟ୍ କରି ଏକ ନିଛାଟିଆ ସ୍ଥାନରେ ଫିଙ୍ଗି ପଳାଇଥିଲେ। ଏହି ଘଟଣାଟି କଟକ ଜିଲାରେ ଘଟିଛି। ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ମହୁଲପଡ଼ା ଗାଁର ପ୍ରଫୁଲ୍ଲ ବେହେରା।

ମିଳିଥିବା ସୂଚନା ଅନୁଯାୟୀ, ପ୍ରଫୁଲ୍ଲ ବେହେରା ପୁଅକୁ ଦେଖା କରିବା ପାଇଁ ଭୁବନେଶ୍ବର ଆସିଥିଲେ। ସେଠାରୁ ସେ କଟକ ଯାଇଥିଲେ। ଘରକୁ ଯିବା ପାଇଁ କଟକ ବାଦାମବାଡ଼ିରେ ବସ୍‌କୁ ଅପେକ୍ଷା କରିଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଆସି କାର୍‌ରେ ତାଙ୍କୁ ଲିଫ୍ଟ ଦେବେ ବୋଲି କହିଥିଲେ। ପ୍ରଫୁଲ୍ଲ ସେମାନଙ୍କ କଥାରେ ବିଶ୍ୱାସ କରି କାର୍‌ରେ ବସିଥିଲେ। ଏହା ପରେ ସେମାନେ ତାଙ୍କୁ ନିଶା ଦେଇ ଲୁଟ୍ କରି ଚୌଦ୍ୱାରସ୍ଥିତ ଗାନ୍ଧୀ ଛକ ନିକଟରେ ଫିଙ୍ଗି ଚାଲି ଯାଇଥିଲେ।

ଅନ୍ୟପକ୍ଷରେ ପ୍ରଫୁଲ୍ଲ ଘରକୁ ନଫେରିବାରୁ ତାଙ୍କ ପୁଅ କଟକ ମଧୁପାଟଣା ଥାନାରେ ଏନେଇ ଅଭିଯୋଗ କରିଥିଲେ। ପୁଲିସ ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ ଆରମ୍ଭ କରିଥିଲା। ପରେ ଗାନ୍ଧୀ ଛକ ନିକଟରୁ ପ୍ରଫୁଲ୍ଲଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

Related Posts

About The Author

Add Comment