ଲିଙ୍ଗଗତ ସମ୍ବେଦନଶୀଳତା କର୍ମଶାଳା ଉଦଯାପିତ

Spread the love

ଭଦ୍ରକ,୦୧/୮ (ସନ୍ଧାନ ନିୟୁଜ ) ତୋଡ଼ଙ୍ଗା ଗ୍ରାମ ପଞ୍ଚାୟତ ସଭାଗୃହରେ ଲିଙ୍ଗଗତ ସମ୍ବେଦନଶୀଳତା ଓ ଗ୍ରାମପଞ୍ଚାୟତ ବିକାଶ ଯୋଜନା ପ୍ରଶିକ୍ଷଣ କର୍ମଶାଳା ୩ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଏପିଡି ରୂପାଲୀ ମହାପାତ୍ର କାର୍ଯ୍ୟକ୍ରମକୁ ପ୍ରଦୀପ ଜାଳି ଉଦ୍ଘାଟନ କରିଥିଲେ । ଜୟନ୍ତୀ ପାଠାଗାର ଯୁଗ୍ମ ସଂପାଦକ ଶରତ ଚନ୍ଦ୍ର ରାଉତ୍ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି କର୍ମଶାଳାରେ ଏସ୍.ଆଇ.ଆର୍.ଡ଼ି, ଭୁବନେଶ୍ୱରର ତାଲିମଦାତା ଅନନ୍ତ ଗୋପାଳ ଦାସ ଓ ରାଜକିଶୋର ଜେନା ଯୋଗ ଦେଇ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ପିଆରଆଇ ମେମ୍ବରମାନଙ୍କୁ ଲିଙ୍ଗଗତ ସମ୍ବେଦନଶୀଳତା କିପରି ଦୂର ହେବ ଏବଂ ସମାଜ ଉପରେ ଏହାର କୁପ୍ରଭାବ ସମ୍ପର୍କରେ ବୁଝାଇଥିଲେ ।ଏହି କାର୍ଯ୍ୟକ୍ରମକୁ ଜୟନ୍ତୀ ପାଠାଗାର ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ଓ ଡ଼ି.ଆର୍.ଡ଼ି.ଏ., ଭଦ୍ରକ ଏହାକୁ ପରିଚାଳନା କରିଥିଲେ । ଉକ୍ତ ତାଲିମ୍ କାର୍ଯ୍ୟକ୍ରମରେ ତୋଡ଼ଙ୍ଗା, ରାମପୁର, କେନ୍ଦୁଆପଦା ଓ ରାମକୃଷ୍ଣପୁର ଗ୍ରାମପଞ୍ଚାୟତରୁ ବହୁ ଯୁବକ, ଯୁବତୀ ବୁଦ୍ଧିଜୀବୀ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ସତ୍ୟ ସୁନ୍ଦର ସାହୁ ଏବଂ ଉତ୍ତମ ବେହେରା ସହଯୋଗ ପ୍ରଦାନ କରିଥିଲେ ।

Report- R Nayak

Related Posts

About The Author

Add Comment