ଗ୍ରେଟର ନୋଏଡା, ୨୫/୯ (ସନ୍ଧାନ ନିଉଜ) : ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଜଣେ ଶିଶୁ ଜନ୍ମନେବା ପରେ ତାକୁ ଦେଖିବା ପାଇଁ ଡାକ୍ତରଖାନାକୁ ଲୋକଙ୍କ ସୁଅ ଛୁଟୁଛି । ଶିଶୁଟି ଲାଞ୍ଜ ନେଇ ଜନ୍ମ ହୋଇଥିବା କଥା ଶୁଣିବା ମାତ୍ରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ନବଜାତକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ବଢ଼ୁଥିବାରୁ ଡାକ୍ତର ବାଧ୍ୟ ହୋଇ ଶିଶୁକୁ ନିଜ ଘରକୁ ପଠାଇ ଦେଇଥିଲେ ।
ସୂଚନା ମୁତାବକ, ଗ୍ରେଟର ନୋଏଡାରେ ଥିବା ଦନକୌର୍ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ମହିଳା ଶିଶୁଟିକୁ ଜନ୍ମ ଦେଇଥିଲେ । ଜନ୍ମ ହେବା ପରେ ଶିଶୁଟିର ଲାଞ୍ଜ ଥିବା ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଖବରଟି ଧିରେ ଧିରେ ଡାକ୍ତରଖାନାରେ ପ୍ରସାର ହେବା ପରେ ଡାକ୍ତରଖାନା କର୍ମଚାରୀ ଓ ସ୍ଥାନୀୟ ଲୋକେ ଶିଶୁଟିକୁ ଦେଖିବାକୁ ପହଞ୍ଚିଥିଲେ । ତେବେ ଶିଶୁଟିର ଏଭଳି ଅବସ୍ଥାକୁ ଦେଖି କଞ୍ଜେନାଇଟଲ ନର୍ମାଲିଟିର ସମସ୍ୟା ପାଇଁ ଏଭଳି ଲାଞ୍ଜ ବାହାରିଥିବା କହିଥିଲେ ଡାକ୍ତର । ଯାହା ଖୁବ୍ କମ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ ।