ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରାଇକିଆ ତହସିଲଦାର

Spread the love
ବାଲିଗୁଡା, ୨୯/୦୪.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ) : ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ରାଇକିଆ ତହସିଲଦାର ଙ୍କୁ ଗିରଫ କରିଛି ଫୁଲବାଣୀ ଭିଜିଲାନ୍ସ ଟିମ l ରାଇକିଆ ତହସିଲଦାର ଚକ୍ରଧର ପାଢ଼ୀଙ୍କୁ  ତାଙ୍କର ରାଇକିଆ ସ୍ଥିତ ସରକାରୀ ବାସଭବନରୁ ଭିଜିଲାନ୍ସ ଟିମ ଗିରଫ କରିଛି  l ଫୁଲବାଣୀ ଭିଜିଲାନ୍ସ ଡିଏସପି  ଅରୁଣ କୁମାର ନାୟକ ଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ରାଇକିଆ ତହସିଲଦାର ରାଇକିଆ ଥାନା ମଣ୍ଡାକିଆ ଗ୍ରାମର ସେନାପତି ପ୍ରଧାନ ନାମକ ଜଣେ ଟ୍ରାକ୍ଟର ମାଲିକଙ୍କ ଠାରୁ ତାଙ୍କର ଜବତ ଟ୍ରାକ୍ଟର ରିଲିଜ୍ କରିବାକୁ ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ କରାଯାଇଛି l ପ୍ରକାଶ ଯେ,ଏକ କୂଅରେ ପଥର ପେକିଙ୍ଗ କରିବା ପାଇଁ କିଛି ଦିନ ତଳେ ଟ୍ରାକ୍ଟରରେ ପଥର ବୋଝେଇ ହୋଇଯାଉଥିବା ବେଳେ, ଅଭିଯୁକ୍ତ ତହସିଲଦାର ଟ୍ରାକ୍ଟରକୁ ଜବତ କରିଥିଲେ ଏବଂ ଟ୍ରାକ୍ଟର ମାଲିକ ସେନାପତି ପ୍ରଧାନ ଙ୍କୁ ଟ୍ରାକ୍ଟର ରିଲିଜ କରିବା ପାଇଁ ଦୁଇ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ଏବଂ ଶେଷରେ ୫୦ ହଜାର ଟଙ୍କା ନେଇ  ଟ୍ରାକ୍ଟର ଛାଡ଼ିବା ପାଇଁ ରାଜି ହୋଇଥିଲେ ଏବଂ ସେହି ସମୟରେ ୧୦ ହଜାର ଟଙ୍କା ନେଇଥିଲେ l ଆଉ ବକେୟା ୪୦ ହଜାର ଲାଞ୍ଚ ଟଙ୍କା ଆଜି ଟ୍ରାକ୍ଟର ମାଲିକ ଠାରୁ ଅଭିଯୁକ୍ତ ତହସିଲଦାର ନେଉଥିବା ବେଳେ ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରି ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛି l

Related Posts

About The Author

Add Comment