ଲାଞ୍ଚ ନେଇ କମର୍ଦ୍ଦା ଥାନା ଏଏସ୍ଆଇ ହଟହଟା

Spread the love

ଭୋଗରାଇ, ୦୬.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):-ରାଜ୍ୟ ସରକାର ୫-ଟି ଓ ମୋ ସରକାର ଭଳି ଯୋଜନା ପ୍ରଣୟନ କରିଥିବା ବେଳେ ମାତ୍ର ଏହାର ସୁଫଳ ସାଧାରଣ ଜନତାକୁ ମିଳୁନାହିଁ। ବିଭିନ୍ନ ସରକାରୀ ଅଫିସରେ ଲାଞ୍ଚ ନ ଦେଲେ କାମ ହେଉନାହିଁ । ପୁଣି ଲାଞ୍ଚ ଦେଲା ପରେ ମଧ୍ୟ ବାରମ୍ବାର ଦୌଡ଼ି ଦୌଡ଼ି ମଧ୍ୟ କାର୍ଯ୍ୟ ହେଉନାହିଁ। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଭୋଗରାଇ ବ୍ଲକ କମର୍ଜା ଥାନାରେ ଜଣେ କାର୍ଯ୍ୟରତ ପୁଲିସ ଏଏସଆଇଙ୍କୁ ଆଜି ଅଭିଯୋଗକାରୀମାନେ ଦେଇଥିବା ଲାଞ୍ଚ‌ ଟଙ୍କା ଫେରାଇ ନେବାକୁ ଦାବି କରିବାରୁ ଦୁର୍ବବହାର ସହିବାକୁ ପଡ଼ିଛି। ଘଟଣାଟି ଥାନା ସାମ୍ନାରେ ଚାଲିଥିବା ବେଳେ ଜଣେ ସାମ୍ବାଦିକ,ଫଟୋ ଉଠାଉ ଥିବା ବେଳେ ତାଙ୍କୁ ସମ୍ପୃକ୍ତ ଏଏସଆଇ ମୋବାଇଲ ଛଡ଼ାଇ ନେବାର ଧମକ ଦେଇଥିଲେ। ସୂଚନା ମୁତାବକ, ଗତ ଡିସେମ୍ବର ୨୫ ତାରିଖରେ କମର୍ଲା ଥାନା ଅନ୍ତର୍ଗତ ବେଲଦା ଗ୍ରାମର ଜନୈକା ୧୪ ବର୍ଷୀୟା ନାବାଳିକାକୁ ସଞ୍ଜିବ ଭଞ୍ଜ(୨୮) ନାମକ ଜଣେ ଯୁବକ ନିଜ ସହଯୋଗୀ ଦେବେନ୍ଦ୍ର ଭଞ୍ଜ, ରମଣୀ ଭଞ୍ଜ ଓ ସଞ୍ଜୟ ଭୂୟାଁଙ୍କ‌ ସହାୟତାରେ ଅପହରଣ କରିଥିବା ନେଇ‌ ନାବାଳିକାର ମାଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏ ନେଇ କମର୍କା ଥାନାରେ ୧୪୨} ୨୦ ନମ୍ବରରେ ପୁଲିସ ଏକ ମାମଲା ରୁଜୁ କରିଥିଲା। ହେଲେ ଘଟଣାକୁ ୧୨ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା । ପ୍ରତିଦିନ ନାବାଳିକାର ବାପା ମାଆ ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ବି ପୁଲିସ କାର୍ଯ୍ୟାନୁଷ୍ଠାନ ନେଇନଥିଲା । ନାବାଳିକା ଝିଅକୁ ଉଦ୍ଧାର କରିବା ପାଇଁ ବାପାମାଆ ସୋମବାର‌ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଉକ୍ତ ଥାନାର ଭାରପ୍ରାପ୍ତ ଏଏସଆଇ ଶ୍ରୀ ପଟ୍ଟନାୟକ ମାମଲା ବାବଦକୁ ୨ ହଜାର ଟଙ୍କା ନେଇଥିବା ନାବାଳିକାର ବାପାମାଆ ଅଭିଯୋଗ କରିଥିଲେ । ତେବେ ଆଜି ସେମାନେ ଥାନାରେ ପହଞ୍ଚି ଏ ବାବଦରେ ପଚାରିବାରୁ ରାଗି ଯାଇଥିଲେ ପୁଲିସ ଅଧିକାରୀ। ସେହିପରି ଗତ ଜୁଲାଇ ୪ ତାରିଖରେ ଉକ୍ତ ଥାନା ଅନ୍ତର୍ଗତ ସିଆରୋଇ ଗାଁର ଗୌରାଙ୍ଗ ଚରଣା ରାଜ ତାଙ୍କ ପରିବାର ଲୋକଙ୍କ ସହ ହୋଇଥିବା ଗଣ୍ଡଗୋଳକୁ ନେଇ ଥାନାରେ ଅଭିଯୋଗ କରିଥିଲେ । ଏ ନେଇ ଥାନାରେ ୭୧/୨୦ ନମ୍ବରରେ ମାମଲା ରୁଜୁ ହୋଇଥିଲା । ଗୌରାଙ୍ଗଙ୍କ ଜାଗା ଉପରେ କୋର୍ଟରେ ମଧ୍ୟ ନିଷେଧାଦେଶ ରହିଥିବା ବେଳେ ଅଭିଯୁକ୍ତମାନେ ଜବରଦସ୍ତ ସେହି‌ ଜାଗାରେ ଘର ନିର୍ମାଣ କରିଥିଲେ । ମାତ୍ର ପୁଲିସ ସବୁ ଜାଣି ମଧ୍ୟ କେବଳ ମାମଲା ରୁଜୁ କରି ଚୁପ୍ ହୋଇ ବସିଥିଲା । ଏହି ମାମଲା ବାବଦକୁ ମଧ୍ୟ ସମ୍ପୃକ୍ତ ଏଏସଆଇ  ୩ ହଜାର ଟଙ୍କା ଲା ନେଇଥିଲେ ବୋଲି ଫେରାର ଅଭିଯୋଗ କରିଛନ୍ତି । ଆଜି ଦୁଇ ଅଭିଯୋଗକାର। ଏକ ସମୟରେ ଥାନାରେ ପହଞ୍ଚି ସାର ଏଏସଆଇ ଶ୍ରୀ ପହାରକୁ କାମ ହେଲା ନାହିଁ ଆମର ଦେଇଥିବା ଟଙ୍କା ଫେରାଅ ବୋଲି ଦାବି କରିବାରୁ ଏଏସଆଇ ଶ୍ରୀ ପଟ୍ଟନାୟକ ରାଗିଯାଇ ଗୌରାଙ୍ଗଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିଲେ । ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା । ପୁଲିସର ଏହି କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ନିନ୍ଦା କରିଛନ୍ତି। ଦୁରହି ଉଚ୍ଚସ୍ତରୀୟ ତଦନ୍ତ କରି ସମ୍ପୁର ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

Related Posts

About The Author

Add Comment