ଲଭ+ସେକ୍ସ+ଧୋକାର ଆଉ ଏକ ନମୁନା: ଥାନାରେ କନେଷ୍ଟବଳ ନାମରେ ଏତଲା ଦାଏର
ଲଭ+ସେକ୍ସ+ଧୋକାର ଆଉ ଏକ ନମୁନା: ଥାନାରେ କନେଷ୍ଟବଳ ନାମରେ ଏତଲା ଦାଏର
Manas Kumar Rout |
February 15, 2021 |

କନ୍ଧମାଳ,15/02.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ):ପୁଣି ଏକ ଘଟଣାରେ କନ୍ଧମାଳ ପୁଲିସର ଖାକି ପୋଷାକରେ ଲାଗିଛି କଳାଦାଗ । ଜଣେ ମହିଳା ହୋମ୍ଗାର୍ଡ଼ଙ୍କୁ ୧୦ ବର୍ଷ ହେଲା ପ୍ରେମ କରି ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ଜଣେ ପୁଲିସ କନେଷ୍ଟବଳ ଶେଷରେ ତାଙ୍କୁ ପ୍ରତାରଣା କରିଛନ୍ତି। ୧୦ ବର୍ଷ ଧରି ଉକ୍ତ ପୁଲିସ କନଷ୍ଟେବଳ ସମ୍ପୃକ୍ତ ମହିଳା ହୋମ୍ଗାର୍ଡ଼ଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ଏହା ମଧ୍ୟରେ ଉକ୍ତ ମହିଳା ହୋମ୍ଗାର୍ଡ ବହୁବାର ଗର୍ଭବତୀ ହୋଇଥିବା ଏବଂ କନ୍ଷ୍ଟେବଳ ଜଣକ ତାଙ୍କର ଗର୍ଭପାତ ମଧ୍ୟ କରାଇଥିବା ଅଭିଯୋଗ ହୋଇଛି। ମାତ୍ର ଉକ୍ତ କନ୍ଷ୍ଟେବଳ ଜଣକ ସମ୍ପୃକ୍ତ ମହିଳା ହୋମ୍ଗାର୍ଡ଼ଙ୍କୁ ବିବାହ ନ କରି ପ୍ରତାରଣା କରିବା ପରେ ହୋମ୍ଗାର୍ଡ଼ ଫୁଲବାଣୀ ଟାଉନ୍ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ପ୍ରକାରେ, ଖଜୁରୀପଡ଼ା ଥାନା ଅନ୍ତର୍ଗତ ଦୁତିପଡ଼ା ଗ୍ରାମର ପୁଲିସ କନଷ୍ଟେବଳ ଲକ୍ଷ୍ମଣ କହଁର ଜନୈକା ମହିଳା ହୋମ୍ଗାର୍ଡ଼ଙ୍କୁ ପ୍ରେମ କରୁଥିଲେ। ଦୀର୍ଘ ୧୦ ବର୍ଷ ଧରି ଉଭୟ ଉଭୟଙ୍କୁ ପ୍ରେମ କରିବା ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ଉକ୍ତ ମହିଳା ହୋମ୍ଗାର୍ଡ଼ ଗର୍ଭବତୀ ହେବାରୁ କନ୍ଷ୍ଟେବଳ ବାରମ୍ବାର ତାଙ୍କର ଗର୍ଭପାତ ମଧ୍ୟ କରାଇଥିଲେ।ତେବେ ମହିଳା ହୋମ୍ଗାର୍ଡ଼ ଯେତେବେଳେ ବିବାହ କଥା ଉଠାଉଥିଲେ କନ୍ଷ୍ଟେବଳ ଲକ୍ଷ୍ମଣ କହଁର ଏହାକୁ ଟାଳି ଯାଉଥିଲେ। ଶେଷରେ କନ୍ଷ୍ଟେବଳ ମହିଳା ହୋମ୍ଗାର୍ଡଙ୍କୁ ବିବାହ ପାଇଁ ମନା କରିଦେବାରୁ ମହିଳା ହୋମଗାର୍ଡ଼ ଜଣକ ଫୁଲବାଣୀ ଟାଉନ୍ ଥାନାରେ ଏତଲା ଦେଇଛନ୍ତି। ଫୁଲବାଣୀ ଟାଉନ୍ ପୁଲିସ ସମ୍ପୃକ୍ତ ମହିଳା ହୋମଗାର୍ଡ଼ଙ୍କ ଏତଲାକୁ ଗ୍ରହଣ କରି କେସ ନଂ ୨୫/୨୧ରେ ଏକ ମାମଲା ରୁଜୁ କରିଛି। ତେବେ ପ୍ରତାରକ କନ୍ଷ୍ଟେବଳଙ୍କୁ ପୁଲିସ ଧରିବାରେ ସଫଳ ହୋଇପାରିନି। ତଦନ୍ତ ଚାଲୁ ରହିଛି। ଖୁବ୍ ଶୀଘ୍ର ତାଙ୍କୁ ଧରାଯିବ ବୋଲି ଟାଉନ୍ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ପ୍ରକାଶ କରିଛନ୍ତି ।
Related Posts
About The Author