ଲଣ୍ଡନରେ ପାକିସ୍ତାନ ରେଳମନ୍ତ୍ରୀ ଙ୍କୁ ଅଣ୍ଡାମାଡ

Spread the love

ନୂଆଦିଲ୍ଲୀ,୨୩/୦୮ (ସନ୍ଧାନ ନିଉଜ) : ନିଜର ବିବାଦୀୟ ବୟାନ କାରଣରୁ ଚର୍ଚ୍ଚାରେ ଥିବା ପାକିସ୍ତାନ ରେଳ ମନ୍ତ୍ରୀ ଶେଖ ରସିଦ୍ ଙ୍କୁ ଲଣ୍ଡନରେ ଆକ୍ରମଣ କରାଯାଇଛି। ମନ୍ତ୍ରୀ ଶେଖ ରସିଦ୍ ଙ୍କୁ ଲୋକମାନେ ରାଗରେ ମାଡ ମାରିବା ସହ ତାଙ୍କ ଉପରକୁ ଅଣ୍ଡା ମଧ୍ୟ ଫୋପାଡିଥିଲେ। ୟେ ସେହି ପାକିସ୍ତାନୀ ମନ୍ତ୍ରୀ ଯିଏ ଜାମ୍ମୁ-କଶ୍ମୀର ରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପରମାଣୁ ଯୁଦ୍ଧ ହେବାର ଧମକ୍ ଦେଇଥିଲେ। ରିପୋର୍ଟ ଅନୁଯାୟୀ ମୁସଲିମ୍ ସମ୍ପ୍ରଦାୟର ପ୍ରମୁଖ ରେଳ ମନ୍ତ୍ରୀ ଶେଖ ରସିଦ୍ ଯେଉଁସମୟରେ ଲଣ୍ଡନର ଏକ ହୋଟେଲରେ ପୁରସ୍କାର ସମାରୋହରେ ଯୋଗ ଦେବା ପରେ ଯିବା ପାଇଁ ବାହାରିଥିଲେ ସେହି ସମୟରେ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଅଭିଯୁକ୍ତମାନେ ଆକ୍ରମଣ କରିବା ପରେ ଫେରାର୍ ହୋଇଯାଇଛନ୍ତି।

ଉକ୍ତ ଘଟଣା ପରେ ଗତ ବୁଧବାର ଦିଦସନ ପାକିସ୍ତାନ ପିପୁଲ୍ସ ପାର୍ଟି ସହ ସମ୍ବନ୍ଧିତ ପିପୁଲ୍ସ ୟୁଥ୍ ଅଗ୍ରାନାଇଜେସନ ୟୁରୋପର ଅଧ୍ୟକ୍ଷ ଆସିକ ଅଲ୍ଲୀ ଖାନ୍ ଏବଂ ପାର୍ଟିର ଗ୍ରେଟର ଲଣ୍ଡନ ମହିଳା ଶାଖାର ଅଧ୍ୟକ୍ଷ ସମାହ ନାଜ ଏକ ବୟାନ ଜାରି କରି ଉକ୍ତ ଘଟଣାର ଦାୟିତ୍ବ ନେଇଛନ୍ତି। ଅୱାନୀ ମୁସଲିମ୍ ସମ୍ପ୍ରଦାୟ ସଂଘର କହିବା ଅନୁଯାୟୀ ଏହି ଘଟଣାର କୌଣସି ଭିଡିଓ ଉପଲବ୍ଧ ନାହିଁ। କିନ୍ତୁ ଉଭୟ ନେତା ନିଜେ ହିଁ ଆକ୍ରମଣ ହେବା କଥା ସ୍ବିକାର କରିଛନ୍ତି। ପାର୍ଟି ପୋଲିସ ଉକ୍ତ ଘଟଣାର ମାମଲା ରୁଜୁ କରିବା ସହ ବିଚାର କରିଛନ୍ତି।

Related Posts

About The Author

Add Comment