ହରିଚନ୍ଦନପୁର, ୧୨/୦୬/୨୦୨୧ (ସନ୍ଧାନ ନିଉଜ) : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଖଡ଼ିବାହାଳୀ ଛକ ନିକଟସ୍ଥ କଙ୍କଡାନାଳ ରାସ୍ତା ଲଘୁଚାପ ବର୍ଷାରେ ଧୋଇଗଲା, ନରଣପୁର ବ୍ରାହ୍ମଣୀପାଳ ଯୋଗାଯୋଗ ବିଚ୍ଛିନ୍ନ । ଖବର ମୁତାବକ ଉକ୍ତ ସ୍ଥାନରେ ଗତ କିଛି ଦିନ ହେବ ଦିତୀୟ ଟ୍ରେନ୍ ଲାଇନର ନୂତନ ଓଭର୍ ବ୍ରିଜ କାମ ଚାଲୁ ରହିଥିଲା । ଯାହାକୁ ନେଇ ବ୍ରିଜ ନିର୍ମାଣ ନିମନ୍ତେ ଏଆରଏସଏସ୍ ଠିକା କମ୍ପାନୀ ପକ୍ଷରୁ ନିକଟରେ ଏକ ଡାଇଭର୍ସନ୍ ରାସ୍ତା ନିର୍ମାଣ କରାଯାଇଥିଲା । ଉକ୍ତ ଡାଇଭର୍ସନ୍ ରାସ୍ତାଟି ଅତି ନିମ୍ନମାନର କରାଯାଇଥିବା ସହ ସେଠାରେ କଙ୍କଡାନାଳର ପାଣି ଯିବା ପାଇଁ କମ୍ ଆୟତନର ହୋମ୍ ପାଇପ୍ ଲଗାଯାଇଥିଲା । ହେଲେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଅଧିକ ମାତ୍ରାରେ ପାଣି ପ୍ରବାହିତ ଯୋଗୁ ହୋମ୍ ପାଇପ୍ ମଧ୍ୟରେ ନଯାଇ ପାରି ରାସ୍ତାଟି ସମ୍ପୂର୍ଣ୍ଣ ଧୋଇ ହୋଇଗଲା । ଠିକା କମ୍ପାନୀର ଖାମଖିଆଲି ମନୋଭାବ ଯୋଗୁଁ ଆଜି ଏହି ରାସ୍ତାରେ ଶହଶହ ଗାଡ଼ି ସହ ହଜାର ହଜାର ଲୋକଙ୍କ ଯାତାୟାତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଇଛନ୍ତି । ଶହଶହ ଗାଡ଼ି ଯାତାୟାତ ନକରିପାରି ବିଛିନ୍ନ ରାସ୍ତାର ଦୁଇ ପାର୍ଶ୍ଵରେ ଛିଡ଼ା ହୋଇରହିଥିବା ସହ ବାଟୋଇ ଲୋକଙ୍କ ଭିଡ଼ ଜମିଥିବା ଦୃଶ୍ୟ ଦେଖିବାକୁ ମିଳିଛି ।
ଲଘୁଚାପ ଜନିତ ବର୍ଷାରେ ଧୋଇଗଲା ରାସ୍ତା, ନରଣପୁର ବ୍ରାହ୍ମଣୀପାଳ ଯାତାୟାତ ଠପ୍
|
June 12, 2021 |
![](https://sandhannews.com/wp-content/uploads/2021/06/Screenshot_20210612_191144_copy_600x400.jpg)