ଲଗାଣ ଲଘୁଚାପ ବର୍ଷାରେ ଗୁହାଳ ଭୁଷୁଡ଼ି ପଡ଼ିଲା

Spread the love

ଯାଜପୁର ସଦର,୧୫ା୦୯: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତ ଭଗତପୁର ଗ୍ରାମର ସୁବାଷ ଚନ୍ଦ୍ର ନାୟକଙ୍କ ଗୁହାଳଘରଟି ଲଗାତର ଲଘୁଚାପ ବର୍ଷା ହେବାରୁ ଗୁହାଳ ଘରଟି ସମ୍ପୁର୍ଣ୍ଣ ଭୁଷୁଡ଼ି ପଡ଼ିବାରୁ ଗୁହାଳ ଭିତରେ ଥିବା ୫ଗାଈ ବାଛୁରୀ ଗୁରୁତର ଆହାତ ହୋଇଥିଲେ । ଗ୍ରାମବାସୀ ମାନଙ୍କ ସାହାଯ୍ୟରେ ସେହି ଗୋରୁ ଗାଈ ମାନଙ୍କୁ ଗୁହାଳ ମଧ୍ୟରୁ ବାହାର କରାଯାଇ ପଶୁ ଡାକ୍ତରଙ୍କ ତତ୍ୱାବଧାନରେ ପଶୁ ମାନଙ୍କୁ ଚିକିତ୍ସା କରାଯାଇଥିଲା । ଯାହା ଫଳରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସାହାୟତା ଦିଆଯାଇନଥିବା ଅଭିଯୋଗ ହୋଇଚି । ଯାହାକି ରସୁଲପୁର ବ୍ଲକ ବିଡିଓଙ୍କ ଦୃଷ୍ଟି ଗୋଚର କରାଯାଇଥିଲେ ମଧ୍ୟ ସେମାନଙ୍କୁ ସାହାଯ୍ୟ ଦିଆଯାଇ ନାହିଁ । ଯାହା ଫଳରେ ଲଘୁଚାପ ବର୍ଷା ଦାଉ ସାଜିଥିବାରୁ ଗୋରୁ ଗାଈ ବାଛୁରୀ ଗୁଡ଼ିକ ରହିବା ପାଇଁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପଶୁ ସମ୍ପଦ ବିଭାଗ ଏସମ୍ପର୍କରେ ଦୃଷ୍ଟି ଦେବାଲାଗି ସାଧାରଣରେ ଦାବି ହେଉଚି । ଏଠାରେ ସୂଚନା ଯୋଗ୍ୟ ଯେ, ଗତ ସୋମବାର ଦିନ ଠାରୁ ଏହି ବିପନ୍ନ ପରିବାରକୁ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ସହାୟତା ଦେଖିବାକୁ ମିଳିଚି । ଏଦିଗରେ ଯାଜପୁର ଜିଲ୍ଲାପାଳ, ରସୁଲପୁର ବିଡିଓ ଓ ତହସିଲଦାର ଦୃଷ୍ଟି ଦେବାଲାଗି ଜନ ସାଧାରଣ ତରଫରୁ ଦାବି କରାଯାଉଚି ।

Related Posts

About The Author

Add Comment