ଲକ ଡାଉନ୍ର ସୁବିଧା ନେଇ ଗାଡି ଚୋରି,ପୋଲିସ ପ୍ରହରା ଦାବି
ଲକ ଡାଉନ୍ର ସୁବିଧା ନେଇ ଗାଡି ଚୋରି,ପୋଲିସ ପ୍ରହରା ଦାବି
Sandhan News |
June 4, 2021 |
ଧର୍ମଶାଳା,04/06 (ସନ୍ଧାନ ନ୍ୟୁଜ) ଧର୍ମଶାଳା ଥାନା ଅନ୍ତର୍ଗତ ଚଣ୍ଡିମନ୍ଦିର ଛକ ନିକଟରୁ ଗତକାଲି ବିଳମ୍ବିତ ରାତିରେ ଦୁଇଟି ଗାଡି ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଚଣ୍ଡିମନ୍ଦିର ଛକର ବାସିନ୍ଦା ଚିତ୍ତ ରଂଜନ ମହାପାତ୍ର ଏବଂ ବିଶ୍ୱରଂଜନ ସ୍ୱାଇଁ ଙ୍କ ଘରେ ଗାଡି ରଖି ରାତିରେ ଶୋଇଥିବା ବେଳେ ରାତି ପ୍ରାୟ ୧୨ଟା ପରେ ଚାରି ଜଣ ଦୁର୍ବତ ଗାଡି ଚୋରି କରିନେଇଥିବା କହିଛନ୍ତି । ନିକଟରେ ଅନ୍ୟ ଏକ ଘରର ସିସିଟିଭିରେ ଚାରି ଜଣ ସନ୍ଦେହ ଜନକ ଭାବେ ରାତିରେ ସେଠାରେ ବୁଲୁଥିବା ଦେଖାଯାଇଛି । ତେବେ ଅନତି ଦୂରରେ ଥିବା ଏକ ମନ୍ଦିର ନିକଟରେ ଅନ୍ୟ ଏକ ଗାଡି ନମ୍ବର ଓଆର୦୪ଇ-୮୪୦୨ ରହିଥିବା ଦେଖାଯାଇଛି । ତେବେ ଏହି ଗାଡିରେ ସମ୍ପୁକ୍ତ ଚୋର ମାନେ ଆସି ଚୋରି କରିଥିବା ସନ୍ଦେହ କରାଯାଉଛି । ତେବେ ପୋଲିସ ଏହାର ତଦନ୍ତ କରି ଚୋରକୁ ଠାବ କରିବାକୁ ଦାବି ହେବା ସହ ଏହି ଅଂଚଳରେ ପ୍ରହରା କରିବାକୁ ସାଧରଣରେ ଦାବି ହୋଇଛି ।
Related Posts
About The Author