ଲକ ଡାଉନରେ ମାଟି ତାଡି ନେଲେ ମାଟି ମାଫିଆ; ତହସିଲଦାର କହୁଛନ୍ତି ଆମର ଷ୍ଟାପ ନାହାନ୍ତି, ପୋଲିସକୁ କୁହନ୍ତୁ

Spread the love

ଧର୍ମଶାଳା, (ସନ୍ଧାନ ନିୟୁଜ/ସନ୍ତୋଷ ରାଉତ) ସମଗ୍ର ରାଜ୍ୟରେ କରୋନା ପାଇଁ ଲକ ଡାଉନ ଜାରି କରାଯାଇଥିବା ବେଳେ ଏହାକୁ ନେଇ କେତେଜଣ ମାଫିଆଙ୍କ ପାଇଁ ପୁଷମାଷ ସାଜିଛି । ମାଫିଆ ମାନେ ଦିନ ଏବଂ ରାତିରେ ମେସିନ ସାହାର୍ଯ୍ୟରେ ମାଟି ଉଠାଇ ବିକି୍ର କରୁଥିବା ନଜରକୁ ଆସିଛି । ଏପରକି କରୋନାରେ ଶ୍ରମିକ ମାନଙ୍କୁ କାର୍ଯ୍ୟ ଦେବା ପାଇଁ ମେସିନ ଲଗାଇବାକୁ ପ୍ରତିବନ୍ଧକ ଲଗାଯାଇଥିବା ବେଳେ ଏହାର ଖୁଲମଖୁଲା ନିୟମକୁ ଉଲ୍ଲଙ୍ଗନ କରାଯାଇ ମାଟି ଉଠାଯାଉଛି ।

ସ୍ଥାନୀୟ ତହସିଲଦାରଙ୍କ ହାତ ବାରିସ କରି ଏପରି କରାଯାଉଥିବା ବେଳେ କେତକ ମାଫିଆ ଏବଂ ପରିବହନ କରିଥିବା ଗାଡି ମାନଙ୍କୁ ଆର ଫର୍ମ ଯୋଗାଇଦେଇ ଏଥିରେ ବେଶ ସାହାର୍ଯ୍ୟ କରୁଛନ୍ତି । ଏପରକି ଏହା ବିରୁଧରେ ସ୍ୱର ଉତ୍ତୋଳନ କରୁଥିବା ଲୋକ ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଥାନାରେ ମିଛି କେସ ରୁଜୁ କରିବାକୁ ପଛାଉ ନାହାନ୍ତି । ସୁପି୍ରମ କୋର୍ଟ ନିଦେ୍ର୍ଧଶ ମୁତାବକ କୌଣସି ଗଣମାଧ୍ୟମ ସଂସ୍ଥା ଯଦି ଭୁଲରେ ଖବର ପ୍ରକାଶ ବି କରିଦିଏ ତେବେ ତାହାକୁ ସହନଶୀଳନ ଭିତ୍ତିରେ ନେବାକୁ ହେବ । ଏପରକି ଉଚ୍ଚ ନ୍ୟାୟଳୟ ମଧ୍ୟ ଗଣମାଧ୍ୟମ ମାନଙ୍କୁ ଏବଂ ସମ୍ବିଧାନର ଚର୍ଥୁତ ସ୍ତମ୍ଭ ଭାବେ ଖବର ପରିପ୍ରକାଶ କରିବାର ଅଧିକାର ଦେଇଛି । ମାତ୍ର କେତକ ନିଚ ପକୃତିର ସାମ୍ବାଦିକ ମାନଙ୍କ ପାଇଁ ଏହି ବୃତ୍ତିକୁ କୂଳ ବେଉସା ଏବଂ ଟଙ୍କା ରୋଜଗାର ମାଧ୍ୟମ କରିଥିବାରୁ ଏଭଳି ମାଫିଆ ମାନେ ଏଥିରୁ ପାରି ପାଇଯାଉଛନ୍ତି । ଏଭଳି ଏକ ଅଭିଯୋଗ ଆସିଛି ଧର୍ମଶାଳା ତହସିଲ ଅଧିନସ୍ଥ ବାଜବାଟି ଗ୍ରାମରୁ । ଗ୍ରାମବାସୀଙ୍କ ଅଭଯୋଗ ମୁତାବକ ଏହି ଗ୍ରାମ ନିକଟରୁ ଏକ ଗୋଚର ଜମିରୁ ଶହ ଶହ ଟ୍ରିପ ମାଟି ଚୋରା ଚାଲାଣ ହୋଇଥିବା ବେଳେ ଏଥିରେ ସ୍ଥାନୀୟ ତହସିଲଦାରଙ୍କ ହାତ ରହିଛି ।

ଏପରକି ଏହି ଅଭିଯୋଗ ରାଜ୍ୟ ସରକାର ବିଭନ୍ନ ବିଭାଗକୁ ଟୁଇଟ ଯୋଗେ ଦିଆଯାଇଥିବା ବେଳେ ଗ୍ରାମବାସୀ ମାନେ ଏହାକୁ ବିରୋଧ କରିଥିଲେ । ମାତ୍ର ପରେ କିଏ ନେଉଛି ଯଦି ଜଣାପଡିନଥିଲା ଏହି ଅଂଚଳର ଜୌନିକ ଠିକାଦାର ଅକ୍ଷକ କୁମାର ନାୟକ ଧର୍ମଶାଳା ଥାନାରେ ଖବର ପରିବେଷଣ କରିଥିବା ଦୁଇଟି ମିଡିଆ ନାମରେ ମିଥ୍ୟା ଆଇନ ନଜାଣି ମାମଲା କରିବା ପରେ ସେ ଏଥିରେ ସମ୍ପୁକ୍ତ ବୋଲି ଜଣାପଡିଥିଲା । ପରେ ଥାନା ପକ୍ଷରୁ ଏଠାରେ ମାମଲା ହୋଇପାରିବନି କୁହାଯାଇଥିଲା । ମାତ୍ର ଏଠାରେ ପ୍ରଶ୍ନ ଉଠିଛି ଏହି ଘଟଣାକୁ ସ୍ଥାନୀୟ ତହସିଲଦାରକୁ ଜଣାଇବା ପରେ ସେ ଆମର ଷ୍ଟାପ ନାହାନ୍ତି କହି ଗାଡି ଜବତ କରିବାକୁ ନଯିବା ଏବଂ ପୋଲିସକୁ କହିବାକୁ କହି ନିଜ ମୁଣ୍ଡରୁ ଦୋଷ ଚଢ଼ାଇ ଦେଇଛି । ଏହା ଉପରେ ଗ୍ରାମବାସୀ ମାନେ ତ୍ରୀବ ଅସନ୍ତୋଷ ପ୍ରକାଶ କରିବା ପରେ ତୁରନ୍ତ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ।

Related Posts

About The Author

Add Comment