ଲକ୍ଷ୍ମୀପୂଜା ଓ କୁମାର ପୂର୍ଣ୍ଣିମା ଧର୍ମଶାଳା ଅଂଚଳ ଉସôବ ମୁଖର

Spread the love

ଧର୍ମଶାଳା, ୧୪/୧୦ (ସନ୍ଧାନ ନିଉଜ) : ପବିତ୍ର ଧନଦାତ୍ରୀ ଲକ୍ଷ୍ମୀପୂଜା ଓ କୁମାର ପୂର୍ଣ୍ଣିମା ଅବସରରେ ସମଗ୍ର ଧର୍ମଶାଳା ଅଂଚଳରେ କୁମାର ଉସôବ ପାଳିତ ହୋଇଛି । ଏହି ଅବସରରେ କୁମାରୀମାନଙ୍କର ‘‘ଫୁଲ ବଉଳବେଣୀ’’ ଗୀତର ତାଳେ ତାଳେ ସମସ୍ତ ଗାଁ ଦାଣ୍ଡ ପ୍ରକମ୍ପିତ ହୋଇ ଉଠିଛି । ସାଙ୍ଗସାଥି ମେଳରେ ନବମୀ ଠାରୁ ୭ଦିନ ଧରି ଝିଅମାନେ ସାହି ସାହି ବୁଲି କୁଆଁର ପୂନେଇଁ ଖେଳୁଛନ୍ତି । ବିଳମ୍ବିତ ରାତି ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରେ ନାଚ, ଗୀତ ,ବର,କନିଆ , ପୂଚି, ଲୁଚକାଳି, ଆଦି ଖେଳର ପ୍ରତିଯୋଗୀତା ହେଉଛି । ପୂର୍ଣ୍ଣମୀ ଦିନ ଓଷାର ଉଜ୍ଜାପନୀ ହୋଇଥିବାରୁ ରବିବାର ଝିଅମାନେ ଉପବାସ ପୂର୍ବକ ନବବସ୍ତ୍ର ପରିଧାନ କରି ଚଉରା (ବୃନ୍ଦାବତୀ)କୁ ରଙ୍ଗବେରଙ୍ଗର ହୋଲିରେ ସଜାଇଛନ୍ତି । ଏଥିରେ କାହା ଚଉରା ଅଧିକ ସୁନ୍ଦର ହେବ ସେଥିପାଇଁ ଝିଅମାନେ ପ୍ରତିଯୋଗୀତା ମୂଳକ ଭାବେ ଚଉରାରେ କଇଁ, ପଦ୍ମଫୁଲ, ପକାଇବା ସହ ଜହ୍ନିଫୁଲରେ କୋଡି କାଟିବାର ଦୃଶ୍ୟ ବେଶ୍ ଆକର୍ଷଣୀୟ ହୋଇଥିଲା । ରବିବାର ପୂର୍ଣ୍ଣମୀ ସନ୍ଧ୍ୟାରେ ତୁଳସୀ ଚଉରାକୁ ପୂଜାର୍ଚ୍ଚନା କରି ଚାନ୍ଦଦେଖି ବନ୍ଦାପନା କରିବା ପରେ ଝିଅମାନେସାହି ସାହି ବୁଲି ଚଉରାମୂଳେ ମେଳି ବାନ୍ଧି ବୋଲୁଥିବା ଫୁଲ ବଉଳବେଣୀ ଗୀତର ସ୍ୱରରେ ଗାଁ ଦାଣ୍ଡ ଦୁଲୁକୁଛି । ଅନ୍ୟ ପକ୍ଷରେ ଆଜିର ପୂର୍ଣ୍ଣିମୀ ଅବସରରେ ଧର୍ମଶାଳା ବ୍ଲକ୍ ଅଂଚଳର ବିଭିନ୍ନ ସ୍ଥାନରେ ଲକ୍ଷ୍ମୀପୂଜା ପାଳିତ ହେଉଛି । ଜାରକା ବଜାର କୁମାର. ନାଉପାଳ, ଗଙ୍ଗାଡଧରପୁର, ଥାନୁଆଳ, ସାରୋଇ, ଉତରଶାସନ, କାଏମା, ମିର୍ଜାପୁର, କୋତପୁର, ଜେନାପୁର, ଆଦି ଅଂଚଳରେ ଲକ୍ଷ୍ମୀପୂଜା କରାଯାଉଥିବା ଦେଖି ବାକୁ ମିଳିଛି । ବିଭିନ୍ନ ସ୍ଥାନରେ ପୂଜାପାଉଥିବା ଧନଦାତ୍ରୀ ଲକ୍ଷ୍ମୀଙ୍କର ଘଟସ୍ଥାପନ କରାଯାଇ ପୂଜାର୍ଚ୍ଚନା ଓ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି ।

Related Posts

About The Author

Add Comment