ଲକ୍ଷ୍ନୌ ଟି-୨୦: ଟିମ୍‌ ଇଣ୍ଡିଆର ଦୀପାବଳି ଉପହାର, ୭୧ ରନ୍‌ରେ ହାରିଲା ୱେଷ୍ଟଇଣ୍ଡିଜ୍‌, ଶୃଙ୍ଖଳା ହାତେଇଲା ଭାରତ

Spread the love

ଲକ୍ଷ୍ନୌ,୬/୧୧ (ସନ୍ଧାନ ନିୟୁଜ)  : ଟିମ୍‌ ଇଣ୍ଡିଆ ମଙ୍ଗଳବାର ପ୍ରଶଂସକ ଓ କ୍ରିକେଟପ୍ରେମୀଙ୍କୁ ଦୀପାବଳି ଉପହାର ଦେଇଛି। ୱେଷ୍ଟଇଣ୍ଡିଜକୁ ୭୧ ରନ୍‌ରେ ପରାସ୍ତ କରିଛି। ୩ ଟି-୨୦ ମ୍ୟାଚ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଭାରତ କୋଲକାତା ଠାରେ ବିଜୟୀ ହେବା ପରେ ଲକ୍ଷ୍ନୌ ଟି-୨୦ରେ ମଧ୍ୟ ବିଜୟ ହାସଲ କରିଛି। ୱେଷ୍ଟଇଣ୍ଡିଜ୍‌ ୧୯୪ ରନ୍‌ ବିଜୟ ଲକ୍ଷ୍ୟ ନେଇ ୨୦ ଓଭରରେ ୯ ଓ୍ଵିକେଟ୍‌ ହରାଇ ୧୨୪ ରନ୍‌ ସଂଗ୍ରହ କରିଛି। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରା, ଖଲିଲ ଅହମଦ ଓ କୁଲଦୀପ ଯାଦବ ୨-୨ ଓ୍ଵିକେଟ୍‌ ନେଇଛନ୍ତି।

ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଇକନା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ପ୍ରଥମ ଇନିଂସରେ ଓପନର ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଅପରାଜିତ ଶତକ (୧୧୧ ରନ୍‌, ୬୧ ବଲ, ୮ ଚୌକା, ୭ ଛକା) ହାସଲ କରିଥିଲେ। ଏଥି ସହିତ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ ଓ୍ଵିକେଟ୍‌ ହରାଇ ୧୯୫ ରନ୍‌ ସଂଗ୍ରହ କରିଥିଲେ। ଫଳରେ ୱେଷ୍ଟଇଣ୍ଡିଜକୁ ୧୯୬ ରନ୍‌ ବିଜୟ ଲକ୍ଷ୍ୟ ମିଳିଥିଲା। ଲୋକେଶ ରାହୁଲ ଅପରାଜିତ ୨୬ ରନ୍‌ ସଂଗ୍ରହ କରିଥିଲେ। ସେ ୧୪ଟି ବଲ ଖେଳି ୨ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।

ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ୱେଷ୍ଟଇଣ୍ଡିଜ୍‌ ଟସ୍‌ ଜିଣି ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା। ଇନିଂସ ଆରମ୍ଭରୁ ରୋହିତ ଶର୍ମା ଏବଂ ଶିଖର ଧାଓ୍ଵନ୍‌ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଭାରତର ପ୍ରଥମ ଓ୍ଵିକେଟ୍‌ରେ ୧୨୩ ରନ୍‌ ଭାବରେ ଶିଖର ଧାଓ୍ଵନ୍‌ଙ୍କୁ ହରାଇଥିଲା। ଧାଓ୍ଵନ୍‌ ୪୧ଟି ବଲ୍‌ ଖେଳି ୪୩ ରନ୍‌ ଯୋଡ଼ିଥିଲେ। ଏଥିରେ ୩ଟି ଚୌକା ସାମିଲ ଥିଲା। ଋଷଭ ପନ୍ତଙ୍କୁ ଭାରତ ୧୩୩ ରନ୍‌ରେ ହରାଇଥିଲା। ପନ୍ତ ୬ଟି ବଲ୍‌ ଖେଳି ୫ ରନ୍‌ ଯୋଡ଼ିଥିଲେ।

Related Posts

About The Author

Add Comment