ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଓ ବ୍ୟବହୃତ ଗାଡି ଜବତ, ଜଣେ ଗିରଫ
ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଓ ବ୍ୟବହୃତ ଗାଡି ଜବତ, ଜଣେ ଗିରଫ
Manas Kumar Rout |
June 8, 2018 |
ଯାଜପୁର, ୮/୬(ସନ୍ଧାନ ନିୟୁଜ୍/ମାନସ ରାଉତ) ଶୁକ୍ରବାର ଦିନ ଚଣ୍ଡିଖୋଲ ବନ ବିଭାଗ ପକ୍ଷରୁ ବେଆଇନ୍ ଚୋରା ଚାଲାଣ ହେଉଥିବା ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଏବଂ ଏଥିରେ ବ୍ୟବହୃତ ହୋଇଥିବା ଏକ ଟାଟା ଏସି ଗାଡିକୁ ଆରୁହା ଛକ ନିକଟରୁ ଚଣ୍ଡିଖୋଲ ବନପାଳ ଶଶିକାନ୍ତ ବେହେରା ଏବଂ ତାଙ୍କ ଟିମ୍ ଜବତ କରିଛନ୍ତି । ଏ ସକ୍ରାନ୍ତରେ ଧର୍ମଶାଳା ଥାନା ଅନ୍ତର୍ଗତ କପିଳେଶ୍ୱର ଅବନିପ୍ରସାଦ ଦାସ(୪୨)କୁ ଗିରଫ କରାଯାଇଛି ।
ସୂଚନା ଯୋଗ୍ୟ ଯେ ଗିରଫ ଅବନୀ ଏକ ଟାଟା ଏସି ଗାଡି ଓଆର୦୬-୬୩୬୩ରେ ବ୍ରହ୍ମବରଦା ଅଂଚଳରୁ ୫୩ନମ୍ବର ଜାତୀୟ ରାଜପଥ ଦେଇ କବାଟବନ୍ଧ ଅଚଳକୁ ନେଉଥିଲା । କୌଣସି ସୂତ୍ରରୁ ଜଙ୍ଗଲ ବିଭାଗ ଖବର ପାଇ ଗାଡିଟିର ପିଛା କରି ଗାଡି ସହିତ ଅବନୀକୁ ଗିରଫ କରିଥିଲେ । ଜବତ କରାଯାଇଥିବା ଶାଗୁଆନ କାଠର ମୂଲ୍ୟ ୫ଲକ୍ଷରୁ ଅଧିକ ହେବ ବୋଲି ବନପାଳ ସୂଚନା ଦେଇଛନ୍ତି ।
Related Posts
About The Author