ଲକଡାଉନ ଯୋଗୁଁ ହ୍ରାସ ହୋଇଛି ସଡକ ଦୁର୍ଘଟଣା, ୧୦ ପ୍ରତିଶତ ଆତ୍ମହତ୍ୟା ମାମଲା ବୃଦ୍ଧି

Spread the love

ନୂଆଦିଲ୍ଲୀ,୨୯/୧୦ (ସନ୍ଧାନ ନିଉଜ) ଗତ ଦେଢ ବର୍ଷ ହେବା ସାରା ଦେଶକୁ ଗ୍ରାସ କରିଛି କରୋନା ମହାମାରୀ । ଏହାରି ଭିତରେ ଲକଡାଉନ ବି ଲାଗି ରହିଛି । ତେବେ ଲକଡାଉନ ସମୟରେ ଭାରତରେ ଆତ୍ମହତ୍ୟା ଓ ଆକସ୍ମିକ ମୃତ୍ୟୁ ମାମଲା ସଂଖ୍ୟାରେ ବୃଦ୍ଧି ହୋଇଛି । ଯାହା କିଛି ଦିନ ହେବ ଏହି ଆକଳନ ଚର୍ଚ୍ଚାରେ ରହିଛି । ୨୦୨୦ ଜାତୀୟ ଅପରାଧ ରେକର୍ଡ ବୁରୋ ରିପୋର୍ଟ ଏନେଇ ଖୁଲାସା ହୋଇଛି । ଏନସିଆରବି ରିପୋର୍ଟ ଅନୁସାରେ, ୨୦୨୦ ମସିହାରେ ଆତ୍ମହତ୍ୟା ମାମଲା ୧୯୬୭ ପରଠାରୁ ସବୁଠାରୁ ବଡ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ଗୋଟେପଟେ ସଡକ ଦୁର୍ଘଟଣା କମିବାରେ ଲାଗିଥିବା ବେଳେ ଅନ୍ୟପଟେ ଆତ୍ମହତ୍ୟା ମାମଲାରେ ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି ।

ଋିପୋର୍ଟ ଅନୁସାରେ, ଅଳ୍ପ ବୟସର ପିଲାମାନେ ସର୍ବାଧିକ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ଓ ଆତ୍ମହତ୍ୟା କରିଛନ୍ତି ମଧ୍ୟ । ୨୦୨୦ର ରିପୋର୍ଟ ମୁତାବକ ଗୋଟିଏ ବର୍ଷରେ ଆତ୍ମହତ୍ୟା ମାମଲା ୧ ଲକ୍ଷ ୫୩ ହଜାର ୫୨ଟି ସାମନାକୁ ଆସିଛି । ଯାହା ୧୯୬୭ ପରଠାରୁ ସର୍ବାଧିକ ଅଟେ । ସେହିପରି ଦେଶର ୨୦୨୦ ମସିହାରେ ଆତ୍ମହତ୍ୟା କରିଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ୨୦୧୯ ତୁଳନାରେ ଏହି ସଂଖ୍ୟା ୧୦ ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ୨୦୨୦ରେ ଆତ୍ମହତ୍ୟା ବୃଦ୍ଦଇ ପାଇବାରେ କାରଣ ହେଲା କରୋନା ମହାମାରୀ ସମୟରେ ଲାଗୁ ହୋଇଥିବା ଲକଡାଉନକୁ ନେଇ ସମସ୍ତେ ଚିନ୍ତାରେ ପଡିଯାଇଥିଲେ । କରୋନା ସମୟରେ ଲାଗୁ ହୋଇଥିବା ଲକଡାଉନ ଯୋଗୁଁ ଲୋକଙ୍କୁ ଅନେକ କ୍ଷତି ସହିବାକୁ ପଡିଥିଲା । ସ୍କୁଲ, କଲେଜ ଓ ବ୍ୟବସାୟ ବନ୍ଦ ହେବା ସହିତ ଲୋକଙ୍କ ଜୀବନ ଜୀବିକା ଉପରେ ଖୁବ୍ ପ୍ରଭାବ ପକାଇଥିଲା ।

Related Posts

About The Author

Add Comment