ଲକଡାଉନ ନିୟମ ଉଲଂଘନ କରି ୧୨ଟାପରେ ଦୋକାନ ଖୋଲିଥିବାରୁ ସିଲ୍‌ କଲେ ତହସିଲଦାର

Spread the love

ବାଲିଗୁଡା, ୧୩/୫/୨୦୨୧ (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ) : କରୋନାର ଦ୍ୱିତୀୟ ଲହର ସଂକ୍ରମଣର ଭୟବହତାକୁ ଦୃଷ୍ଟିରେ ରଖି ସରକାର ସାରାରାଜ୍ୟରେ ଲକଡାଉନ ଓ ସପ୍ତାହନ୍ତ ସଟଡାଉନ ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଇଡ଼ଲାଇନ ଜାରି କରାଯାଇଥିବାବେଳେ କେତେକ ଅମାନିଆ ଏହାର ଖୋଲାଖୋଲି ଉଲଂଘନ କରୁଥିବା ଦେଖିବାକୁ ମିଳୁଛି । ଅମାନିଆଙ୍କୁ ସାବାଡ଼ କରିବାପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଲକଡାଉନ୍‌ ସମୟରେ ସକାଳ ୬ଟା ରୁ ଦିନ ୧୨ ପର୍ଯ୍ୟନ୍ତ ଗ୍ରସରୀ, କ୍ଷୀର, ମାଛ, ମାଂସ, ପନିପରିବା ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଇଛି ହେଲେ କିଛି ଅମାନିଆ ବ୍ୟବସାୟୀ ନିୟମ ଉଲ୍ଲଂଘନ କରି ନିର୍ଦ୍ଧାରିତ ସମୟରୁ ଅଧିକ ସମୟ ଦୋକାନ ଖୋଲା ରଖୁଥିବା ଦେଖିବାକୁ ମିଳୁଛି । ତେବେ ଅମାନିଆଙ୍କୁ ଆକଟ କରିବାପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ପୁଲିସ କଡା ଆଭିମୁଖ୍ୟ ଗ୍ରହଣ କରିଛି । ତେବେ ଲକଡାଉନ ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଗୁଡ଼ିକ ଅପରାହ୍ନ୧୨ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଥିବାବେଳେ ଲକଡାଉନ ନିୟମ ଉଲଂଘନ କରିଥିବା ନେଇ ବ୍ୟବସାୟୀଙ୍କ ଦୋକାନକୁ ଦାରିଙ୍ଗବାଡ଼ି ତହସିଲଦାର ସିଲ କରିଥିବା ଦେଖିବାକୁ ମିଳିଛି । ସୂଚନା ପ୍ରକାରେ ସୋମବାର ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ଗ୍ରାମରେ ବ୍ୟବସାୟ କରୁଥିବା ପ୍ରଦୀପ ସାହୁ ନିୟମ ଉଲଂଘନ କରି ଅପରାହ୍ନ ସାଢେ ୧୨ଟା ପରେ ମଧ୍ୟ ତାଙ୍କ ଦୋକାନ ଖୋଲାରଖି ବ୍ୟବସାୟ ଚାଲୁ ରଖିଥିଲେ । ପାଟ୍ରୋଲିଂ କରୁଥିବା ସମୟରେ  ଅଚାନକ ଭାବେ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ  ସିମନବାଡ଼ି ବଜାରରେ ପହଞ୍ଚି ଯାଞ୍ଚ କରିବାବେଳେ ହୋଲସେଲ୍‌ ବ୍ୟବସାୟୀ ପ୍ରଦୀପ ସାହୁଙ୍କ କିରାଣା ଦୋକାନ ଲକଡାଉନ ନିୟମ ଉଲ୍ଲଙ୍ଘନ କରି ସାଢେ ୧୨ଟା ପରେ ଦୋକାନ ଖୋଲି ବ୍ୟବସାୟ କରୁଥିବା ଦେଖି ସମ୍ପୃକ୍ତ ଦୋକାନକୁ ତହସିଲଦାର ସିଲ୍‌ କରିଥିବା ଦେଖିବାକୁ ମିଳିଛି । ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଦୋକାନ ଖୋଲାଯାଇପାରିବ ନାହିଁ ବୋଲି ତହସିଲଦାର ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି । ଏହି ସମୟରେ ତହସିଲଦାରଙ୍କ ସମେତ ଦାରିଙ୍ଗବାଡ଼ି ରାଜସ୍ୱ ନିରୀକ୍ଷକ କେଦାର ପ୍ରସାଦ ସାହୁ ପ୍ରମୁଖ ସାମିଲ ହୋଇଥିଲେ ।

Related Posts

About The Author

Add Comment