ଲକଡାଉନରେ ଲକ ହୋଇଛି କୌଳିକ ବୃତ୍ତି: ଦୁର୍ଦ୍ଦିନରେ ପରିବାର

Spread the love

ଜେନାପୁର, ୧୫/୦୫/୨୦ (ସନ୍ଧାନ ନିଉଜ/ପ୍ରଶାନ୍ତ ସାମଲ) : କରୋନା ଏବେ ସାରା ବିଶ୍ୱରେ ନିଜର କାୟା ବିସ୍ତାର କରି ଚାଲିଛି । ପ୍ରତ୍ୟେକ ଦିନ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଚାଲିଛି । ଏପରି ସ୍ଥିତିରେ ସଂକ୍ରମଣକୁ ରୋକିବାପାଇଁ ସରକାରୀ ଭାବରେ ଲକଡାଉନ ସର୍ଟ ଡାଉନ ଘୋଷଣା କରାଯାଉଛି । ୩ ।୫ ପର୍ଯ୍ୟନ୍ତ ବଳବତ୍ତର ଥିବା ଲକଡାଉନ ବ୍ୟବସ୍ଥାକୁ ଆସନ୍ତା ୧୭ ।୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏଥର ଲକଡାଉନ ସାରାଦେଶରେ କରୋନାର ସ୍ଥିତିକୁ ନେଇ ତିନୋଟି ଜୋନରେ ବିଭକ୍ତ କରାଯାଇଛି । ରେଡ ଜୋନ, ଅରେଞ୍ଜ ଜୋନ, ଗ୍ରୀନ ଜୋନ ମଧ୍ୟରୁ ଯାଜପୁର ଜିଲାକୁ ରେଡ ଜୋନ ଭାବରେ ଘୋଷଣା କରାଯାଇଥିବାରୁ ଏଠାରେ ଲକଡାଉନ କଟକଣା ପୁର୍ବବତ ବଳବତ୍ତର ରହିଛି । ମାସାଧିକ ସମୟ ଏହି ଜିଲାରେ ଲକଡାଉନ ଲାଗି ରହିବା ଫଳରେ ଅନେକ ମଧ୍ୟବିତ୍ତଓ ନିମ୍ନ ମଧ୍ୟବିତ୍ତ ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଧର୍ମଶାଳା ବ୍ଲକ ମଧୁପୁରଗଡ ପଂଚାୟତ ଅନ୍ତର୍ଗତ କୁକୁଡାଖାଳିରେ ବାସ କରୁଥିବା ଡମ ପରିବାର ଏଭଳି ପରିସ୍ଥିତିର ସମ୍ମୁଖିନ ହୋଇ ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ବ୍ୟକ୍ତି ବିଷେଶଙ୍କ ହାତ ଟେକା ଉପରେ ନିର୍ଭର କରୁଛନ୍ତି । ଏହି ଗ୍ରାମର ଡମସାହିରେ ୩୦ ପରିବାର ନିଜର କୌଳିକ ବୃତ୍ତି ବାଉଁଶରୁ କୁଲା ନାଳିଆ ଓ ଅନ୍ୟ ଗୃହ ଉପକରଣ ତିଆରି କରି ବିକ୍ରୀ କରି ପରିବାର ପ୍ରତିପୋଷଣ କରନ୍ତି । ସମୟାନ୍ତରରେ ସାମାଜିକ, ସାସ୍କୃତିକ ପର୍ବପର୍ବାଣୀ ଯଥା- ବାହାଘର, ବ୍ରତୋପନୟନ, ମଙ୍ଗଳକାର୍ଯ୍ୟ ଓ ଯାଗଯଜ୍ଞରେ ତେଲିଙ୍ଗ ବାଜା ବଜାଇ ଦି ପଇସା ରୋଜଗାର କରିଥାନ୍ତି । ମୂଲ ମଜୁରୀ କରିବା ଛଡା ଅନ୍ୟ ପନ୍ଥା ଏମାନଙ୍କ ପାଇଁ କିଛି ନାହିଁ । କୌଣସି ପରିବାର ପାଖରେ ୫ଗୁଣ୍ଠର ଭୂସମ୍ପତ୍ତି ନାହିଁ । ଏ ପରିକି ଅନେକ ପରିବାର ପାଖରେ ଘରଡିହ ପଟ୍ଟା ମଧ୍ୟ ଉପଲବ୍ଧ ନାହିଁ । ଜୀବନ ସାରା ଦୁଃଖ କଷ୍ଟ ସହି ଚଳିଆସୁଥିବା ଏହି ପରିବାର ପାଇଁ ଏବେ କରୋନା ଲକଡାଉନ ଦାଉ ବୋଝ ଉପରେ ନଳିତା ବିଡା ଭଳି ହୋଇଛି । ସରକାରୀ ରାସନ ଚାଉଳ ଓ ରିଲିଫ ଚାଉଳକୁ ଛାଡି ଦେଲେ ନିଜସ୍ୱ ଟଙ୍କାଟିଏ ରୋଜଗାର କରିପାରିବା ପରିସ୍ଥିତି ଏବେ ସେମାନଙ୍କ ପାଇଁ ନାହିଁ । କଞ୍ଚାମାଲ ବାଉଁଶ ପାଇଁ ଘରୁ ଗୋଡ କାଢିବା କଷ୍ଟକର ହୋଇପଡିଛି । ବାଉଁଶ କାଁ ଭାଁ ମିଳିଗଲେ ମଧ୍ୟ ତାକୁ ବୁଣି ବିକ୍ରୀ କରିବା ଅସମ୍ଭବ । ହାଟ ବଜାର ବନ୍ଦ, ଗାଡି ମଟର ବନ୍ଦ ଗାଁରେ ବାହାର ମଣିଷଙ୍କୁ ପ୍ରବେଶ ନିଷେଧ । ବାଉଁଶ କିଣି କୁଲା ନାଳିଆ, ଗାଣ୍ଡୁଆ, ଟୋକେଇ ବୁଣୀ ତାକୁ ବିକ୍ରୀ କରିବା ପାଇଁ ପରିବାରର ପ୍ରତ୍ୟେକ ମହିଳା ବିଭିନ୍ନ ବେସରକାରୀ ଋଣ ଲଗାଣକାରୀ ସଂସ୍ଥାରୁ ଗୋଷ୍ଠିଗତ ଋଣ କରିଥିଲେ । ଯାହାର ଆଦାୟ ସାମୟିକ ଭାବରେ ବନ୍ଦ ରହିଛି । ଲକଡାଉନ ଖୋଲିଲେ ସଂସ୍ଥାର ଏଜେଣ୍ଟ ମାନେ ଆସି ଜୀବନ ଖାଇଦେବେ । ଏଭଳି ଭୟରେ ସେମାନେ ଏବେ ସେହି ଋଣ କିପରି ସୁଝିବେ ସେ ଚିନ୍ତାରେ ଘାରି ହେଉଛନ୍ତି । ଜୀବିକା ଏକ ପ୍ରକାର କରୋନାରେ ଲକ ହୋଇଛି ଏଥିରେ ସନେ୍ଦହ ନାହିଁ । ବସି ବସି ସରକାରୀ ଚାଉଳ ଖାଇ ପୁରା ପରିବାର କେତେ ଦିନ ଚଳିବେ? ବାଜା ବଜାଇବା ପାଇଁ ନିଶେଦ୍ଧାଦେଶ । ବିଭିନ୍ନ ସାମାଜିକ ଅନୁଷ୍ଠାନ ଯଥା- କଳ୍ପତ୍ତରୁ ଦାସ ନେସନାଲ ଫାଉଣ୍ଡେସନ, ଆଂଶୁମାନ ମେମୋରିଆଲ ଟ୍ରଷ୍ଟ, ଜୟ ଜଗନ୍ନାଥ ସେବା ପ୍ରତିଷ୍ଠାନ, କଳିଙ୍ଗ ଯୁବ ସଙ୍ଘ, ସଚେତନ ନାଗରିକ ମଞ୍ଚ ଶ୍ରୀଗୁରୁ ଆଶ୍ରମ ବେଢା, ଜେନାପୁର ପୁଲିସ, ନେତାଜୀ ସାମ୍ବାଦିକ ସଙ୍ଘ,ଆମ ଐତିହ, ସିଡ, ସଚେତନ ନାଗରିକ ମଞ୍ଚ, ଉଦୀୟମାନ ସ୍ୱେସôାସେବୀ ସଙ୍ଗଠନ ପକ୍ଷରୁ ମଝିରେ ମଝିରେ ଆସି ଏହି ଅସହାୟ ପରିବାରକୁ ଯଥା ସାଧ୍ୟ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ଅନେକ ଗରିବ ପରିବାରକୁ ସରକାରୀ ସହାୟତା ଆସିଥିଲେ ମଧ୍ୟ ଖାତା ଅପଟୁଡେଟ ନଥିବା କାରଣରୁ ଟଙ୍କା ଉଠାଣରେ ନାନା ସମସ୍ୟା ଉପୁଜିଛି । ଟଙ୍କା ଉଠାଣ କରି ଗ୍ୟାସ କିଣିବାରେ ସମର୍ଥ ହୋଇପାରି ନାହଁନ୍ତି । ବ୍ୟାଙ୍କ ଆଗରେ ଘଣ୍ଟା ଘଣ୍ଟା ଛିଡା ହୋଇ ଶେଷରେ ନିରାସ ହେବାକୁ ପଡୁଥିବା କୁହନ୍ତି । କାହାର ଖାତା ଚିରି ଯାଇଛି ତ କାହାକୁ ଖାତା ଅପଡେଟ ନାହିଁ ପରେ ଆସ ଦେଖିବା କହି ଫେରାଉ ଦେଉଥିବା ସୁଣିବାକୁ ମିଳୁଛି । ପୁରା ବସ୍ତିରେ ୪/୫ଟି ଆବସ ଯୋଜନାରେ ଘରକୁ ଛାଡିଦେଲେ ସମସ୍ତ ପରିବାର ପ୍ରାୟତଃ କଚ୍ଚା ଚାଳଛିଣ୍ଡି ପଡୁଥିବା ଘରେ ବାସ କରୁଛନ୍ତି । ପୁରୁଷ ପୁରୁଷ ଧରି ଏମାନେ ଏଠାରେ ବାସ କରୁଥିଲେ ମଧ୍ୟ ପ୍ରସାଶନ ଏମାନଙ୍କ ପାଇଁ ଯତ୍ନବାନ ହୋଇ ନାହିଁନ୍ତି । ଘର ପାଇଁ ସମସ୍ତଙ୍କର କିଛି ନା କିଛି ସମସ୍ୟା ରହିଥିବା ଦେଖାଯାଇଛି । ସମସ୍ୟାର ସମାଧାନ ହୋଇ ନ ପାରିବାରୁ ଏମାନେ ଆବସରୁ ବଂଚିତ ହୋଇଛନ୍ତି । ଦୈନିକ ରୋଜଗାରରେ କୁଟୁମ୍ବ ପ୍ରତି ପୋଷଣ କରୁଥିବା ଏହି ପରିବାର ଗୁଡୁକ ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Related Posts

About The Author

Add Comment