ଲକଡାଉନରେ ପୁଲିସ ରାଜ ; ମହିଳା ପୁଲିସ କର୍ମଚାରୀଙ୍କ ମାଡରେ ରୋଗୀ ସମ୍ପକୀୟ ରକ୍ତାକ୍ତ

Spread the love

କଟକ, ୧୨/୦୪ (ସନ୍ଧାନ ନିୟୁଜ)  କରୋନା ରୋଗ ସଂକ୍ରମଣ ନହେବାକୁ ସରକାର କରିଥିବା ତାଲାବନ୍ଦ ନିୟମକୁ ରାଜ୍ୟ ବାସି ପାଳନ କରିବାକୁ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ଉକ୍ତ ନିର୍ଦ୍ଦେଶକୁ କେତେକ କ୍ଷେତ୍ରରେ ସରକାର କୋହଳ କରାଯାଇଥିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଉକ୍ତ ନିର୍ଦ୍ଦେଶକୁ ରାଜ୍ୟର କଟକ, ଭୁବନେଶ୍ୱର, ଭଦ୍ରକ,ଯାଜପୁର ଆଦି ଜିଲ୍ଲା ମାନଙ୍କରେ ପୁଲିସ ବିଭାଗର କେତେକ କର୍ମଚାରୀ ନମାନି ନିରିହ ନିରପରାଧି ଲୋକମାନଙ୍କୁ ମାଡ ମରିବା ଅଭିଯୋଗ ହୋଇଆସୁଛି ।

ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ରାଜ୍ୟର ସମସ୍ତ ପୁଲିସ କର୍ମଚାରୀ ମାନେ ସୃଙ୍ଖଳିତ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେହେଁ ତାହାକୁ କେତକ ପୁଲିସ କର୍ମଚାରୀ ନମାନି ନିଜ ଇଚ୍ଛା ମୁତାବକ କାର୍ଯ୍ୟ କରିବା ଦେଖିବାକୁ ମିଳିଛି । ଆଜି କଟକ ଜିଲ୍ଲା ବାଙ୍କୀ ରେ ଜଣେ ବ୍ୟକ୍ତି ତାଙ୍କର ଅସୁସ୍ଥ ପତ୍ନୀଙ୍କୁ ତାଙ୍କ ବାଇକରେ ମେଡିକାଲ ନେଇ ଯାଉଥିବା ବେଳେ ଜଣେ ମହିଳା ପୁଲିସ କର୍ମଚାରୀଙ୍କ ମାଡରେ ରକ୍ତାକ୍ତ ହେବା ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ଆଜି ବାଙ୍କୀ ଥାନା ଅନ୍ତର୍ଗତ ହରିରାଜପୁରର ବସନ୍ତ ମହାନ୍ତି ନିଜ ଅସୁସ୍ଥ ପତ୍ନୀ ପୁଷ୍ପଲତାଙ୍କୁ ବାଙ୍କୀ ଡାକ୍ତରଖାନାକୁ ଡାକ୍ତରଖାନାକୁ ନେଉଥିବା ବେଳେ କଚେରୀ ଛକ ନିକଟରେ ପୁଲିସ ତାଙ୍କୁ ଅଟକାଇଥିଲା। ସେଠାରୁ ବାଙ୍କୀ ଟାଉନ୍ ଭିତରକୁ ଗାଡ଼ି ଛଡ଼ାଯିବା ନେଇ କଟକଣା ଲାଗିଛି । ମାତ୍ର ବସନ୍ତ ମହାନ୍ତି ତାଙ୍କ ପତ୍ନୀ ଅସୁସ୍ଥ ଥିବା ହେତୁ ଚାଲି ପାରିବେ ନାହିଁ ବୋଲି ଅଟକାଇଥିବା ମହିଳା ପୁଲିସ କର୍ମଚାରୀଙ୍କୁ କହିଥିଲେ। ହେଲେ ମହିଳା ପୁଲିସ କର୍ମଚାରୀଜଣକ ତାଙ୍କ କଥା ନ ଶୁଣି ରାଗିଯାଇ ବାଡ଼ିରେ ପିଟିଥିଲେ | ଏହା ଫଳରେ ବସନ୍ତ ମହାନ୍ତିଙ୍କ ମୁଣ୍ଡ ଫାଟି ଯାଇଥିଲା। ରକ୍ତାକ୍ତ ଅବସ୍ଥାରେ ସେ ଚାଲିଚାଲି ଯାଇ ଡାକ୍ତରଖାନାରେ ନିଜର ମୁଣ୍ଡର ବ୍ୟାଣ୍ଡେଜ୍ କରାଇଥିଲେ। ଏହି ଘଟଣା ଆଜି ବାଙ୍କୀ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ତେବେ ଏ ନେଇ ସଂପୃକ୍ତ କର୍ମଚାରୀଙ୍କ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ନିଆଯିଇନଥିବାରୁ ସାମାଜିକ ମେଡିଆ ରେ ତୀବ୍ର ଅସନ୍ତୋଷ ବଢ଼ିବାରେ ଲାଗିଛି |

 

Related Posts

About The Author

Add Comment