ଭୁବନେଶ୍ୱର, ୨୮/୦୩ (ସନ୍ଧାନ ନିଉଜ) ସରିଲା ଚୋର ପୋଲିସ୍ ଖେଳ । ଶେଷ ହେଲା ଶର୍ମିଷ୍ଠାଙ୍କ ମିଛ ଯୋଜନା । ହତ୍ୟା କରି ଫେରାର ହେବାର ବହୁଦିନ ପରେ କ୍ରାଇମବ୍ରାଞ୍ଚ’ ହାତରେ ଧରାପଡ଼ିଲା “ସଂପୁର୍ଣ୍ଣ” ୱେବ୍ ପୋର୍ଟାଲ ମାଲିକାଣି ଶର୍ମିଷ୍ଠା ରାଉତ ।
କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ । କେବଳ ଶର୍ମିଷ୍ଠା ନୁହେଁ ତାଙ୍କ ସହଯୋଗୀ ଝୁନା ଭୋଇ ମଧ୍ୟ ଗିରଫ ହୋଇଛନ୍ତି ।
ଉଭୟଙ୍କୁ ଭଦ୍ରକ ଜିଲ୍ଲା ନଳାଙ୍ଗ ରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଯାହା ସୁଚନା ମିଳିଛି ଉଭୟଙ୍କୁ ଆଜି ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର କରାଯିବ । ଏହା ଛଡ଼ା ଉଭୟଙ୍କୁ ୧୦ ଦିନ ରିମାଣ୍ଡରେ ନେବା ପାଇଁ ମଧ୍ୟ ଆବେଦନ ହେବ ।
ଅନ୍ୟ ୫ ଅଭିଯୁକ୍ତଙ୍କ ସହ ୧୦ ଦିନ ରିମାଣ୍ଡ ପାଇଁ ଆବେଦନ ହେବ ବୋଲି ଜଣାପଡ଼ିଛି । ଏହି ଘଟଣାରେ ପୁର୍ବରୁ ମଧ୍ୟ ଓଆଇଏସ୍ ନିରଞ୍ଜନ ସେଠୀ ଗିରଫ ହୋଇଥିଲେ ।