ର୍ନିବାଚନ କାର୍ଯ୍ୟସାରି ଫେରୁଥିବା ସମୟରେ ଦୃର୍ଘଟଣାର ଶିକାର ହୋଇଥିବା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମୃତ୍ୟୁ

Spread the love

ଯାଜପୁର, ୨/୬ (ସନ୍ଧାନ ନିୟୁଜ/ଅନିତା ବେହେରା) ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକର ଅତା ଓ ପିଙ୍ଗଲ ଗ୍ରାମପଂଚାୟତର କାର୍ଯ୍ୟ ନର୍ବିାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା କାର୍ଯ୍ୟନିବାହୀ ଅଧିକାରୀ ଆନନ୍ଦ ଚନ୍ଦ୍ର ବେହେରାଙ୍କ ଆଜି ମୃତୁ୍ୟ ଘଟିଛି । ସେ ଦାନଗଦି ବ୍ଲକର ବାଙ୍ଗରକୋଟା ଗ୍ରାମର ରଙ୍କନିଧି ବେହେରାଙ୍କ ପୁତ୍ର ଅଟନ୍ତି । ସୁଚନା ମୁତାବକ ଗ୍ରାମ ରୋଜଗାର ସେବକରୁ କାର୍ଯ୍ୟନର୍ବାହୀ ଅଧିକାରୀ ହୋଇଥିବା ଆନନ୍ଦ ଚନ୍ଦ୍ର ବେହେରା ଗତ ୨୯ତାରିଖରେ ଏନ.ସି କଲେଜରୁ ନିର୍ବାଚନ କାର୍ଯ୍ୟ ସାରି ୩୦ ତାରିଖ ସକାଳୁ ଘରକୁ ଫେରୁଥିବା ସମୟରେ ତୁଳତି ନିକଟରେ ତାଙ୍କ ଏବଂ ତାଙ୍କ ଭାଇଙ୍କୁ ଏକ ଅଜଣା ଗାଡି ଧକ୍କାଦେଇ ପଳାଇଯାଇଥିଲା । ସେଠାରୁ ତାଙ୍କୁ ନିକଟସ୍ଥ ଗ୍ରାମବାସୀ ଏବଂ ସୁକିନ୍ଦା ପୋଲିସ ଉଦ୍ଧାର କରି ପ୍ରଥମେ ଯାଜପୁର ଏବଂ ପରେ କଟକ ବଡ ମେଡିକାଲକୁ ପଠାଇଥିଲା । ତାଙ୍କର ଗୋଡଟି ଭାଙ୍ଗିଯାଇଥିବା ବେଳେ ଛାଡିରେ ଗଭୀର ଆଘାତ ଲାଗିଥିଲା । ସେହିଦିନଠାରୁ ସେ ଚିକିସôିତ ହେଉଆସୁଥିଲେ । ଆଜି ପୁଣି ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ପରିବାରଲୋକେ ତାଙ୍କୁ ଆନନ୍ଦପୁର ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଭଳି ଘଟଣା ପ୍ରାପ୍ତ ହେବା ପରେ ସୁକିନ୍ଦା ବ୍ଲକ ଏବଂ ଦାନଗଦି ବ୍ଲକ ସମେତ ଅନ୍ୟାନ ବ୍ଲକରେ ଶୋକର ଛାୟା ଖେଳିଯାଇଛି । ବହୁ ପ୍ରତିଷ୍ଟିତ ଲୋକ ଏବଂ କର୍ମସାଥୀ ବନ୍ଧୁ ମାନେ ତାଙ୍କର ଶେଷଦର୍ଶନ କରି ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ତୁରନ୍ତ ସରକାର ତାଙ୍କ ପରିବାରକୁ ନିର୍ବାଚନରେ ଆହତ ହେବା ଏବଂ ମତୁ୍ୟ ବରଣ କରିବା କର୍ମଚାରୀଙ୍କ ପାଇଁ ଉଦ୍ଧିଷ୍ଟ ସହାୟତା ରାଶି ପ୍ରାଦନ କରିବାକୁ ସବୁ ମହଲରୁ ଦାବି ହେଉଛି । ତାଙ୍କର ଏଭଳି ଦେହାନ୍ତରେ ଗ୍ରାମ ରୋଜଗାର ସେବକ ସଘର ସଭାପତି ଅଜୟ ଜେନା, ସମ୍ପାଦକ ବିଜୟ ବସ୍ତିଆ, ମାନସ ରାଉତ, ଚିନ୍ମୟ ସାହୁ, କାମାକ୍ଷା ପ୍ରସାଦ ପରିଡା, ମୋହନ ଚରଣ ଦାସ ସମେତ ବହୁ ଗ୍ରାମ ରୋଜଗାର ସେବକ ସେବିକା ଏବଂ କାର୍ଯ୍ୟନିବାହୀ ଅଧିକାରୀ ମାନେ ଶୋକବ୍ୟକ୍ତ କରିବା ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

Related Posts

About The Author

Add Comment