ରୋହିତ ଶର୍ମାଙ୍କ ଶତକ ବଳରେ ଦକ୍ଷିଣ ଆଫ୍ରିକାକୁ ୬ ଓ୍ଵିକେଟ୍‌ରେ ପରାସ୍ତ କଲା ଭାରତ

Spread the love

ସାଉଥମ୍ପଟନ୍‌, ୫/୬ (ସନ୍ଧାନ ନିୟୁଜ) : ବିଜୟ ସହ ବିଶ୍ୱକପ ଅଭିଯାନ ଆରମ୍ଭ କଲା ବିରାଟ ବାହିନୀ । ରୋହିତଙ୍କ ଅପରାଜିତ ଶତକ ବଳରେ ବିଶ୍ୱକପର ପ୍ରଥମ ମ୍ୟାଚକୁ ୬ ୱିକେଟରେ ବାଜି ମାରିଛି ଟିମ୍ ଇଣ୍ଡିଆ । ୨୨୮ ରନ ଟାର୍ଗେଟର ପିଛା କରୁଥିବା ଟିମ୍ ଇଣ୍ଡିଆ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ଦଳ ପାଇଁ ସଙ୍କଟମୋଚକ ସାଜିଥିଲେ ରୋହିତ । ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ଧୈର୍ଯ୍ୟର ସହ ମୁକାବିଲା କରି ଦିନିକିଆରେ ନିଜର ୨୩ ତମ ଶତକ ହାସଲ କରିଥିଲେ ରୋହିତ । ଆଉ ଏହାସହ ଭାରତକୁ ଦେଇଥିଲେ ବିଶ୍ୱକପର ପ୍ରଥମ ବିଜୟ ଭେଟି ।ଭାରତ ୪୭.୩ ଓଭରରେ ୪ ଓ୍ଵିକେଟ ହରାଇ ୨୩୦ ରନ୍‌ କରି ୨୦୧୯ ବିଶ୍ବକପରେ ନିଜର ପ୍ରଥମ ବିଜୟ ହାସଲ କରିଛି।

ଏହାପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା ଦକ୍ଷିଣ ଆଫ୍ରିକା । ତେବେ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆଗରେ ସମ୍ପୂର୍ଣ୍ଣ ମୁଣ୍ଡ ନୁଆଁଇଥିଲା ଦକ୍ଷିଣ ଆଫ୍ରିକା । ଖାସକରି ଚହଲଙ୍କ ଚମକରେ ଚକମା ଖାଇଥିଲା ଦକ୍ଷିଣ ଆଫ୍ରିକା । ମୋଟ ୪ ୱିକେଟ ସହ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗିଥିଲେ ଚହଲ । ସେହିଭଳି ବୁମରା ଓ ଭୁବନେଶ୍ୱର ୨ଟି ଲେଖାଏଁ ୱିକେଟ ନେଇ ଦକ୍ଷିଣ ଆଫ୍ରିକାକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ତେବେ ଶେଷ ଆଡକୁ ରବଡା ଓ ମୋରିସଙ୍କ ଲଢୁଆ ଇନିଂସ ଯୋଗୁଁ ଦକ୍ଷିଣ ଆଫ୍ରିକା ସମ୍ମାନଜନକ ୨୨୭ ରନ କରିବାକୁ ସକ୍ଷମ ହୋଇଥିଲା ।

ସାଉଥମ୍ପଟନ୍‌ର ଦ ରୋଜ୍‌ ବୋଉଲ୍‌ ଷ୍ଟାଡିୟମ୍‌ରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଆରମ୍ଭରୁ ବିପର୍ଯ୍ୟୟ ଦେଖାଯାଇଥିଲା। ସ୍କୋର ୧୧ ରନରେ ହାସିମ ଆମଲା ଆଉଟ ହୋଇଥିଲେ। ସ୍କୋର ୨୪ ରନରେ ଡି କକ, ୭୮ ରନ୍‌ରେ ଦୁସେନ, ୮୦ ରନରେ ଡୁ ପ୍ଲେସିସ, ୮୯ ରନରେ ଡୁମିନି, ୧୩୫ ରନରେ ମିଲର, ୧୫୮ ରନରେ ଆଣ୍ଡିଲେ, ୨୨୪ ରନ୍‌ରେ ମୋରିସ ଏବଂ ୨୨୭ ରନ୍‌ରେ ତାହିର ଆଉଟ୍‌ ହୋଇଥିଲେ।

ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୟୁଜବେନ୍ଦ୍ର ଚହଲଙ୍କୁ ୪ ଓ୍ଵିକେଟ, ଭୁବନେଶ୍ୱର କୁମାର ଓ ଯଶପ୍ରୀତ ବୁମରାଙ୍କୁ ୨-୨ ଓ୍ଵିକେଟ ଏବଂ କୁଲଦୀପ ଯାଦବଙ୍କୁ ଗୋଟିଏ ଓ୍ଵିକେଟ ମିଳିଥିଲା। ଦକ୍ଷିଣ ଆଫ୍ରିକା ୫୦ ଓଭରରେ ୯ଟି ଓ୍ଵିକେଟ ହରାଇ ୨୨୭ ରନ୍‌ କରିଥିଲା। ଫଳରେ ଭାରତକୁ ୨୨୮ ରନ୍‌ ଟାର୍ଗେଟ ମିଳିଥିଲା।

ଭାରତ ସ୍କୋରବୋର୍ଡ

ଶିଖର ଧାଓ୍ଵନ: କ-ଡି କକ୍‌-ବୋ-ରାବାଡା, ୮ ରନ୍‌, ୧୨ ବଲ, ୧ ଚୌକା
ରୋହିତ ଶର୍ମା: ଅପରାଜିତ ୧୨୨ ରନ୍‌, ୧୪୪ ବଲ, ୧୩ ଚୌକା, ୨ ଛକା
ବିରାଟ କୋହଲି: କ-ଡି କକ୍‌-ବୋ-ଫେଲୁକାଓ, ୧୮ ରନ, ୩୪ ବଲ, ୧ ଚୌକା
ଲୋକେଶ ରାହୁଲ: କ-ଡୁପ୍ଲେସିସ-ବୋ-ରାବାଡା, ୨୬ ରନ, ୪୨ ବଲ, ୨ ଚୌକା
ଏମଏସ ଧୋନି: କ-ବୋ-କ୍ରିସ ମୋରିସ, ୩୪ ରନ, ୪୬ ବଲ, ୨ ଚୌକା
ହାର୍ଦ୍ଦିକ ପାଣ୍ଡ୍ୟା: ଅପରାଜିତ ୧୫ ରନ, ୭ ବଲ, ୩ ଚୌକା
ଅତିରିକ୍ତ: ୭ ରନ (ଲେଗ ବାଏ ୩, ଓ୍ଵାଇଡ ୪)
ମୋଟ: ୨୩୦ ରନ, (୪ ଓ୍ଵିକେଟ, ୪୭.୩ ଓଭର)

Related Posts

About The Author

Add Comment