ରୋହିତ ପ୍ଲାଣ୍ଟରେ କାର୍ଯ୍ୟରତ ଶ୍ରମିକର ମୃତ୍ୟୁ, ପ୍ରତିବାଦରେ ପ୍ଲାଣ୍ଟ ଆଗରେ ଧାରଣା

Spread the love

ଯାଜପୁର, ୧୬/୩ (ସନ୍ଧାନ ନିୟୁଜ) ଯାଜପୁର ଜିଲା କଳିଙ୍ଗନଗରରେ ଅବସ୍ଥିତ ରୋହିତ ପ୍ଲାଣ୍ଟରେ କାର୍ଯ୍ୟରତ ଶ୍ରମିକର ମୁର୍ତୁ। ମୃତକ ଜଣକ ହେଲେ ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ଜଖପୁରା ଥାନା ଅଧିନ ମାନତିରା ପଞ୍ଚାୟତର ଅରାଦେହୁରୀ ସାହିର ଗୋପୀନାଥ ଦେହୁରୀଙ୍କ ପୁଅ ଲଷ୍ମଣ ଦେହୁରୀ। ସେ ରୋହିତ କାରଖାନାରେ ଜଣେ ସୁଇପର ଭାବେ କାର୍ଯ୍ୟ କରୁଥିଲେ। ଗତକାଲି ଦିନ୧୧ଟାବେଳେ ଦୋତାଲାରେ ଏକ ଫନେସ ଉପରେ କାର୍ଯ୍ୟରତ ଥିବାବେଳେ କୌଣସି କାରଣ ବସତ ତଳେ ପଡିଯାଇଥିଲେ। ସଙ୍ଗେ ସଙ୍ଗେ କମ୍ପାନୀ ଆମ୍ବୁଲାନ୍ସ ଯୋଗେ ଆହାତକୁ ସ୍ଥାନୀୟ ଦାନଗଦି ସ୍ୱାସ୍ଥକେନ୍ଦ୍ରକୁ ନେଇଯାଇଥିଲେ । ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ,କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଶବକୁ ଧରି ଗତକାଲି ରାତ୍ର୨ଟା ବେଳୁ ଆଜିଦିନ ୧୨ଟା ପର୍ଯନ୍ତ ପ୍ଲାଣ୍ଟ ଆଗରେ ଆନ୍ଦୋଳନ କରିଥିଲେ। କୌଣସି ସୂତ୍ରରୁ ଜଖପୁରା ପୋଲିସ୍ ଖବର ପାଇ  ଆଇ ଆଇସି ଲକ୍ଷ୍ମଣ ଦଣ୍ଡସେଣା। ଏସ୍ ଆଇ ଶଶୀଭୂଷଣ ସ୍ୱାଇଁ, ଏସ୍ ଆଇ ବାସୁଦେବ ପରିଡା, ଏ ଏସ୍ ଆଇ ଅଜୟ କୁମାର ସେଠୀ, ହାବିଲଦାର ସୁଲୋଚନ ବେହେରା ସଦଳ ବଳେ ପ୍ଲାଣ୍ଟ ନିକଟରେ ପହଁଞ୍ଚି ଉତକ୍ତ  ମୃତକ ପରିବାର ଲୋକମାନଙ୍କୁ ବୁଝା ସୁଝା କରିଥିଲେ । ମୂର୍ତକ ପରିବାର ଲୋକମାନଙ୍କର ଦାବିଥିଲା ଦଶଲକ୍ଷ ଟଙ୍କା ଓ ପରିବାରର ଜଣକୁ ସ୍ଥାଇ ନିଯୁକ୍ତି ଶେଷରେ  ଜଖପୁରା ପୋଲିସ୍ , ମୃତକ ପରିବାର ଲୋକ ,ଓ କମ୍ପାନୀର କତ୍ରୁପକ୍ଷ ମିଶି ଆଲୋଚନା କରିଥିଲେ ଶେଷରେ ଫାଇନାଲ ହେଲା ମୃତକ ପରିବାର କୁ ୪,୩୦,୦୦୦ ଓ ଶବ ସଂସ୍କାର ପାଇଁ 30,000/ହଜାର ମୋଟ ୪ ଲକ୍ଷ ୬୦ହଜାର ଟଙ୍କା ଏବଂ ପରିବାରର ଜଣକୁ ସ୍ଥାଇ ନିଯୁକ୍ତି ଦେବାକୁ ନିଷ୍ପତ୍ତି ହୋଇଥିଲା। ପରିଶେଷରେ ଉତ୍ତକ୍ତ ଆନ୍ଦୋଳନକାରୀ ଲୋକମାନେ ପ୍ଲାଣ୍ଟ ସମୁଖରୁ ଓହରିଥିଲେ ଶେଷରେ ଜଖପୁରା ପୋଲିସ୍ ମୃତକ ପରିବାରକୁ ଶବ ସଂସ୍କାର ପାଇଁ ହସ୍ତାନ୍ତର କରିଥିଲେ ।

https://www.youtube.com/watch?v=d_pnjxsy760

 

 

Report- Prasanat Samal

 

Related Posts

About The Author

Add Comment