କରୋନା ସଚେତନତା ପାଇଁ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କ ପ୍ରୟାସ

Spread the love

ବାଲିଗୁଡ଼ା, ୦୩/୦୫/୨୦ (ସନ୍ଧାନ ନିଉଜ) : ସାରା ବିଶ୍ବରେ ମହାମାରୀ କରୋନା ନିଜର କାୟା ବିସ୍ତାର କରିଚାଲିଛି। ଅନ୍ୟପଟେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ବାଲିଗୁଡ଼ା ବ୍ଲକ୍ ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ଗୋକୁଳ ଚାନ୍ଦ ଓ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟର ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀ ବସନ୍ତ କୁମାର ପାତ୍ର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଗୀତ ମାଧ୍ୟମରେ ସଚେତନ କରିବାପାଇଁ ଉଦ୍ୟମ ଜାରୀ ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୪୯ରେ ପହଁଚିଥିବାବେଳେ ଲୋକେ କରୋନା ଭୁତାଣୁକୁ ନେଇ ଏବେ ଆତଙ୍କିତ। ଡାକ୍ତର, ନର୍ସ, ପାରା ମେଡିକାଲ୍ କର୍ମଚାରୀ, ସଫେଇ କର୍ମଚାରୀ, ପୋଲିସ୍, ଗଣମାଧ୍ୟମ ପ୍ରତିନିଧି ବର୍ତ୍ତମାନ ପରିସ୍ଥିତିରେ ଆଗଧାଡ଼ିର ଯୋଦ୍ଧା ସାଜି ନିଜ ଜିବନକୁ ବାଜି ଲଗାଇ କରୋନା ଭୁତାଣୁର ମୁକାବିଲା କରୁଛନ୍ତି। ହେଲେ ଏହି ଦୁଇ ଯୋଦ୍ଧା ଗୀତ ମାଧ୍ୟମରେ ଜନସାଧାରଣଙ୍କୁ ଆଉଟିକେ ପାଦ ଆଗକୁ ଯାଇ ସଚେତନ କରାଇବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି।ଏହି ଦୁଇ ଜଣ ଙ୍କ ଅଭିନବ ପ୍ରୟାସ କୁ ବିଭିନ୍ନ ମହଲ ରୁ ପ୍ରଂଶସା କରାଯାଇଛି।

Related Posts

About The Author

Add Comment