ରାଉରକେଲା: କରୋନା ଲଢେଇରେ ହାରିଗଲେ ଜଣେ ଦକ୍ଷ ଇଂଜନିନିୟର । ଦକ୍ଷିଣ ରାଉରକେଲା ସ୍ଥିତ ଆଇଡ଼ିଏଲ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ବିଶ୍ୱ ଜୀବନ ବର୍ମା କରୋନାରେ ପିଡ଼ୀତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଗତ ୯ ତାରିଖରେ ପରଲୋକ ଗମନ ହୋଇ ଯାଇଛି । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୫୧ ବର୍ଷ ବୟସ ହୋଇଥିଲା । ସେ ଜଣେ ସଚ୍ଚୋଟ, ନିଷ୍ଠାପର ଓ ଦକ୍ଷ ଇଂଜିନିୟର ଥିଲେ । ସେ ଆଇଡ଼ିଏଲ କଲୋନୀ ଠାରେ ଥିବା ରାଧାକୃଷ୍ଣ ମନ୍ଦିରର ପରିଚାଳନା କମିଟିର ଦାୟିତ୍ୱ ଗ୍ରହଣ କରି ସେ ଉତମ ରୂପେ ନିର୍ବାହ କରି ଆସୁଥିଲେ । ତାଙ୍କ ଅକାଳ ବିୟୋଗରେ ଆଇଡ଼ିଏଲ କାରଖାନାର ଅପୁରଣୀୟ କ୍ଷତି ଘଟିଲା । ଆଜି ଆଇଡ଼ିଏଲ କଲୋନୀ ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ ଶ୍ରୀଶ୍ରୀ ରାଧାମଦନ ମୋହନ ସଂକୀର୍ତନ ମଣ୍ଡଳୀ ଓ ପୂଜ୍ୟପୂଜା ପରିଷଦର ମିଳିତ ଆନୁକୁଲ୍ୟରେ ଚିତରଂଜନ ନନ୍ଦଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଜଂଳି ସଭାର ଆୟୋଜନ କରାଯାଇ ସ୍ୱର୍ଗତଃ ବ୍ରହ୍ମାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯିବା ସହ ଶ୍ରଦ୍ଧାଜଂଳି ଅର୍ପଣ କରାଯାଇଥିଲା । ସନାତନ ସାହୁ ସଭା ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ କୈଳାସ ଚନ୍ଦ୍ର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶ୍ରଦ୍ଧାଜଳି ସଭାରେ ପୁର୍ଣ୍ଣଚନ୍ଦ୍ର ମହାପାତ୍ର, ଅସିତ କୁମାର ଦୁବେ, ସତ୍ୟ ନାରାୟଣ ପାଢୀ, ଦିଲୀପ କୁମାର ଦାସ, ବାସୁଦେବ ଜେନା, ସୂର୍ଯ୍ୟମଣି ପାଢୀ, ତ୍ରିଲୋଚନ ବିଶ୍ୱାଳ, ଶଶଧର ସାହୁ, ଅର୍ନ୍ତଯାମୀ ବେଉରା, ପୁରୁଷୋତମ ଜେନା, ବାସୁଦେବ ସାହୁ, ରାମଚନ୍ଦ୍ର ସାମଲ, ବିଦ୍ୟାଧର ମଲ୍ଲିକ, ଅଲେଖ କୁମାର ସାହାଣୀ, ସୁବାଷ ଚନ୍ଦ୍ର ବିଶ୍ୱାଳ, ଅନିରୁଦ୍ଧ ପଣ୍ଡା, ଶିରୀଷ ଚନ୍ଦ୍ର ମହାନ୍ତ, ପରମାନନ୍ଦ ବେହେରା, ହୃଦାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ସେହିପରି ସ୍ୱର୍ଗତଃ ବ୍ରହ୍ମାଙ୍କ ଅକାଳ ବିୟୋଗରେ ଆଇଡିଏଲ ମଜଦୁର ସଭାର କର୍ମକର୍ତା ମାନଙ୍କ ମଧ୍ୟରେ ଶୋକର ଲହରୀ ଖେଳି ଯାଇଛି । ସ୍ୱର୍ଗତଃ ବର୍ମାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଇଶ୍ୱରଙ୍କ ଠାରେ ପ୍ରାର୍ଥନା କରାଯାଇଛି । ତାଙ୍କ ମୃତ୍ୟୁରେ ଆଇଡ଼ିଏଲ ମଜଦୁର ସଭାର ସଭାପତି ଆନନ୍ଦ ଚନ୍ଦ୍ର ମହାନ୍ତି, ଉପସଭାପତି ସିଦ୍ଧେଶ୍ୱର ବଳ, ଅରୁଣ କୁମାର ପରିଡ଼ା, ସାଧାରଣ ସମ୍ପାଦକ ଶଶଧର ନାୟକ, ସମ୍ପାଦକ ପ୍ରଭାତ ନାୟକ, ବିଜୟ ନାୟକ, ବିଶ୍ୱନାଥ ନାୟକ, ରାମେଶ୍ୱର ନାଗ ପ୍ରମୁଖ ଗଭୀର ଶୋକ ପ୍ରକଟ କରିଛନ୍ତି ।
ରୋନାରେ ହାରିଗଲେ ଇଂଜିନିୟର ବିଶ୍ୱ ଜୀବନ,ଶ୍ରଦ୍ଧାଜଂଳି ସଭା
|
October 13, 2020 |