ଢେଙ୍କାନାଳ, ୧/୧୨ (ସନ୍ଧାନ ନିୟୁଜ୍) : ଯୁବତୀଙ୍କୁ ଅଶ୍ଳୀଳ ବ୍ୟବହାର ପଡ଼ିଲା ମହଙ୍ଗା । ଯୁବତୀଙ୍କୁ କମେଂଟ ମାରିଲେ ଉତମ ମଧ୍ୟମ ଖାଇଲେ ରୋଡ୍ ରୋମିଓ । ଢେଙ୍କାନାଳ ଜିଲ୍ଲାର ରାସୋଳ ଥାନା ଅଂଚଳରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ସେହି ଅଂଚଳର ଜଣେ ଯୁବତୀଙ୍କୁ ଯୁବକ ଜଣ କମେଂଟ ମାରିବା ସହ ଅଶ୍ଳୀଳ ବ୍ୟବହାର ଦେଖାଇଥିଲେ । ଆଉ ଘଟଣା ବିଷୟରେ ସ୍ଥାନୀୟ ଲୋକ ଜାଣିପାରି ରୋଡ୍ ରୋମିଓଙ୍କୁ ଉତ୍ତମ-ମଧ୍ୟମ ଦେଇଥିବା ଜଣାପଡ଼ିଛି । ଏପରିକି ଯୁବକଙ୍କୁ ବାନ୍ଧି ବେକରେ ଚପଲ ମାଳ ପକାଇ ଗାଁରେ ବୁଲାଇଲେ ସ୍ଥାନୀୟ ଲୋକ । ପରେ ଯୁବକଙ୍କ ପରିବାର କ୍ଷମା ମାଗିବାରୁ ଯୁବକଙ୍କୁ ଛାଡ଼ିଥିଲେ ଗାଁ ଲୋକ ବୋଲି ଦେଖିବାକୁ ମିଳିଛି । ତେବେ ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଏଭଳି ରୋଡ୍ ରୋମିଓଙ୍କୁ ଏମିତି ଦଣ୍ଡ ମିଳିଲେ ଅନ୍ୟାନେ ଏଭଳି କାର୍ଯ୍ୟ କରିବାକୁ ଶହେ ଥର ଭାବିବେ ବୋଲି କହିଛନ୍ତି ।
ରୋଡ୍ ରୋମିଓକୁ ଜୋତାମାଳ: କମେଣ୍ଟ ମରାଳୀଙ୍କୁ ବହେ ଛେଚିଲେ, ଜୋତାମାଳ ପିନ୍ଧାଇ ଗାଁ ବୁଲାଇଲେ
|
December 1, 2019 |



