କୋରାପୁଟ, ୩୦/୫ (ସନ୍ଧାନ ନିୟୁଜ)କୋରାପୁଟ ଜିଲ୍ଲାରେ ଘଞ୍ଚ ଜଙ୍ଗଲ ।ଯେଉଁଠାରେ ଭରି ରହିଛି ବିଭିନ୍ନ କିସମର ଗଛ ।ସେଗୁଡ଼ିକ ମଧ୍ୟରୁ ଶାଳ ଗଛ ଅନ୍ୟତମ ।ଶାଳ ଗଛରେ ଖରାଦିନେ ଫୁଲ ଧରେ ଏହି ଫୁଲକୁ ଆଦିବାସୀଙ୍କ ଭାଷାରେ ସରଗି ଫୁଲ କୁହାଯାଏ ।ଏହି ଫୁଲ କୁ ଗୋଟେଇବା ପାଇଁ ଘଞ୍ଚ ଜଙ୍ଗଲ କୁ ଭୋରୁ ଆଦିବାସୀ ମହିଳା ଏବଂ ଯୁବତୀ ମାନେ ପ୍ରତିଦିନ ଯାଇଥାନ୍ତି ।ଏହି ଫୁଲ ଆଣିବା ପରେ ନିଆଁ ରେ ପୋଡ଼ି ଥାନ୍ତି ।ନିଆଁ ରେ ଫୁଲ ର ସବୁ ପତ୍ର ପୋଡ଼ିଗଲା ପରେ ଫଳ କୁ ଖରାରେ ୨ରୁ ୪ଦିନ ଶୁଖାଯାଏ ।ଫଳ ଶୁଖିଯିବା ପରେ ଦୋକାନ ବଜାର ରେ ଏହାକୁ କିଲୋ ପ୍ରତି ୧୨ରୁ ୧୫ଟଙ୍କା ଯାଏଁ ବିକ୍ରି କରିଥାନ୍ତି ମହିଳାମାନେ ।ଏହି ସରଗି ଫୁଲ ର ଚାହିଦା ଏତେ ପରିମାଣରେ ବଢିଯାଇଛି ଯେ ଏହି ଫୁଲ କୁ ଗୋଟେଇବା ପାଇଁ ଭୋରୁ ଆଦିବାସୀ ମହିଳା ଏବଂ ଯୁବତୀଙ୍କ ଭିଡ଼ ଦେଖିବାକୁ ମିଳିଛି ।ଏହି ଖରା ଋତୁରେ ମହିଳା ଏବଂ ଯୁବତୀଙ୍କ ପାଇଁ ଏହି ସରଗି ଫୁଲ ରୋଜଗାର ର ଏକ ମାଧ୍ୟମ ବୋଲି ପରିଲିଖିତ ହେଉଛି ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।