ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିର ସାହାରା ଘରୋଇ ଉପଚାର!

Spread the love

ରାଉରକେଲା, ୦୭/୧୦/୨୦ (ସନ୍ଧାନ ନିଉଜ) : ବୈଶିକ ମହାମାରୀ କରେନା ଉପରେ ଲଗାମ ଲଗାଇବାକୁ ପ୍ରଶାସନ ପକ୍ଷରୁ ସମସ୍ତ ଚେଷ୍ଟା ଅବ୍ୟାହତ ରହିଛି । ସେପଟେ କରୋନା କାୟା ମେଲାଇବାରେ ଲାଗିଛି । କରୋନା ଠାରୁ ବର୍ତିବା ପାଇଁ ମାସ୍କ, ସାନିଟାଇଜର, ସାବୁନ ଆଦିକୁ ଲୋକେ ଅମୋଘ ଅସ୍ତ୍ର ଭାବେ ଗ୍ରହଣ କରିଛନ୍ତି । ନିଜ ତଥା ପରିବାରର ରୋଗ ପ୍ରତିରୋଧକ ଶକ୍ତି(ଇମ୍ୟୁନିଟି ପାୱାର) ବୃଦ୍ଧି କରିବାକୁ ପ୍ରାୟ ସଭିଏଁ ଚେଷ୍ଟିତ ଥିବା ଦେଖିବାକୁ ମିଳିଛି । ଶରୀରର ପ୍ରତିରୋଧକ ଶକ୍ତ ବୃଦ୍ଧି ପାଇଁ ଯୁବକ ଠାରୁ ବୟସ୍କ ପର୍ଯ୍ୟନ୍ତ ଏଲୋପାଥିକ, ହୋମିଓପାଥିକ ଓ ଆରବେଦିକ ଔଷଧକୁ ବ୍ୟବହାର କରୁଛନ୍ତି । ବିଭିନ୍ନ ପ୍ରକାର ଭିଟାମିନ ‘ସି’ଟାବଲେଟ, ଲିଭର ସେଟ୍ରିଜିନ ଟାବଲେଟ, ବି- କଂପ୍ଲେକସ ଟାବଲେଟ, କଫ ସିରାଫ ଆଦିର ବିକ୍ରି କରୋନା କାଳରେ ବଢିଛି ବୋଲି ସାରନଗରୀର ଔଷଧ ବିକ୍ରେତା ଆଲୋକ ବସ୍ତିଆ ପ୍ରକାଶ କରିଛନ୍ତି । କିଛି ଲୋକ ଘରୋଇ ଉପଚାରକୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ନିମନ୍ତେ ଅନ୍ୟ ଏକ ମାଧ୍ୟମ ଭାବେ ଗ୍ରହଣ କରିଛନ୍ତି । ଘରେ ପ୍ରସ୍ତୁତ ଗ୍ରୀନ ଟି, ଲେମନ ଟି, କାଢାକୁ ପାନୀୟ ରୂପେ ଗ୍ରହଣ କରାଯାଉଛି । ଏହି ସବୁ ପ୍ରସ୍ତୁତି ପାଇଁ ଆବଶ୍ୟକ ହେଉଥିବା ଉପାଦାନ ଯେପରି ଗୋଲମରିଚ,ରସୁଣ, ଅଳେଇଚ, ଡାଲଚିନି ଲେମ୍ବୁ, ହଳଦୀ, ପୁଦିନା ପାଉଡ଼ର ଅବା ପତ୍ରର ଚାହିଦା ସ୍ଥାନୀୟ ବଜାରରେ ବୃଦ୍ଧି ପାଇଛି । ଏହି ସବୁ ଜିନିଷକୁ ଜୀବାଣୁ ନିରୋଧୀ ଭାବେ ଗଣନା କରାଯାଇଥାଏ । ଦକ୍ଷିଣ ରାଉରକେଲାରେ ବସବାସ କରୁଥିବା କିଛି ଲୋକ ଘରର ଛାତ ଉପରେ ଥିବା କୁଣ୍ଡରେ ଔଷଧୀୟ ଚାରା ଲଗାଇ ଏହାକୁ ଘରୋଇ ଉପଚାରରେ ନିୟୋଜିତ କରୁଛନ୍ତି । ବଜାର ସର୍ବେକ୍ଷଣ ସଂସ୍ଥା ନିଲସନ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟ ଅନୁସାରେ ଏବେ ମହାମାରୀର ମୁକାବିଲା ପାଇଁ ଘରୋଇ ଉପଚାର ମଧ୍ୟରେ ହଳଦୀର ବ୍ୟବହାର ବହୁ ମାତ୍ରାରେ ବଢି ଯାଇଛି ।ସମ୍ପ୍ରତି ବହୁ ଲୋକ କ୍ଷୀରରେ ହଳଦି ମିଶ୍ରିତ କରି ସେବନ କରୁଛନ୍ତି । କାଢା ବନାଇବା ପାଇଁ ହଳଦୀର ବ୍ୟବହାର ହେଉଛି । କରୋନା କାଳରେ ବଜାରରେ କ୍ଷୀର ଚା ଅପେକ୍ଷା ଲୋକେ ଲେମ୍ୁ ମିଶ୍ରିତ ନାଲି ଚା କୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ସାରନଗରୀରେ ବାସ କରୁଥିବା ଆରଏସ୍ପି କର୍ମଚାରୀ ବିଜୟ ମହାନ୍ତିଙ୍କ କହିବା ଅନୁଯାୟୀ ସେ ସକାଳେ ଓ ସଂଧ୍ୟାରେ ନିୟମିତ ଘରୋଇ ଉପଚାର ଭାବେ କାଢା ସେବନ କରୁଛନ୍ତି । ଗୋଟିଏ ପଟେ ଘରୋଇ ଉପଚାର ଶସ୍ତା ଓ ହାତପାହାନ୍ତାରେ ସୁବିଧାରେ ମିଳି ଯାଉଥିବାରୁ ଅନେକ ପରିବାର ଘରୋଇ ଉପଚାର ମାଧ୍ୟମରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଆଗଭର ହୋଇ ଉଠିଛନ୍ତି ।

Related Posts

About The Author

Add Comment