ନୂଆଦିଲ୍ଲୀ, ୧୮/୨/୨୦ (ସନ୍ଧାନ ନିଉଜ) : ଦେଶର ୪୦୦ରୁ ଅଧିକ ଷ୍ଟେସନରେ ଆଉ ମାଗଣା ୱାଇଫାଇ ସେବା ମିଳିବନି। ସେବା ବନ୍ଦ କରିବାକୁ ଗୁଗୁଲ ଘୋଷଣା କରିଛି। କମ୍ପାନି କହିଛି ଟେଲିକମ୍ ବଜାରରେ ଡାଟା ପ୍ଳାନ୍ ଏବେ କମ ଦରରେ ଉପଲବ୍ଧ ହେଉଛି। ଯାହାଫଳରେ ଲୋକଙ୍କୁ ମାଗଣାରେ ୱାଇଫାଇ ସେବା ଯୋଗାଇବାର କୌଣସି ଆବଶ୍ୟକତା ନାହିଁ।
ରିପୋର୍ଟ ଅନୁସାରେ ଭାରତୀୟ ଉପଭୋକ୍ତା ପ୍ରତି ମାସରେ ପାଖାପାଖି ୧୦ ଜିବି ଡାଟା ବ୍ୟବହାର କରିଥାନ୍ତି। ଆସନ୍ତା ବର୍ଷ ମାନଙ୍କରେ ଏହା ୧୦ ଜିବିରୁ ବୃଦ୍ଧି ହୋଇ ୨୦ ଜିବିରେ ପହଞ୍ଚିପାରେ। ଭାରତରେ ୱାଇଫାଇ ସେବାର ସଫଳତାକୁ ଦୃଷ୍ଟିରେ ରଖି ଏହାକୁ ଅନ୍ୟ ଦେଶରେ ଲାଗୁ କରିବାକୁ ଗୁଗୁଲ ଯୋଜନା କରୁଛି। ତେଣୁ ଏହି ଯୋଜନାକୁ ଗୁଗୁଲ ଭାରତରେ ଧୀରେ ଧୀରେ ବନ୍ଦ କରିବ ବୋଲି ସୂଚନା ଦେଇଛି।