ରେଳ ବିଭାଗର ବୈମାତୃକ ମନୋଭାବ: ଭଦ୍ରକ ରୁ ଭୁବନେଶ୍ୱର ଟ୍ରେନରେ ଅବ୍ୟବସ୍ଥା, ଅଧିକ ବଗି ନଥିବାରୁ ଯାତ୍ରୀ ହନ୍ତସନ୍ତ

Spread the love

୨୦୦୬ ଯାଏ ଭଦ୍ରକ ଓ ଭୁବନେଶ୍ୱର ମଧ୍ୟରେ ସକାଳୁ ଦୁଇଟି ଟ୍ରେନ (ଭଦ୍ରକ ସTଲ ଓ ତିରୁପତି ଏକ୍ସପ୍ରେସ) ଚାଲୁଥିଲା ଯୋଉଥିପାଇଁ କି ଲୋକ ଅଧା ଘଣ୍ଟା ବ୍ୟବଧାନ ରେ କଟକ କିମ୍ୱା ଭୁବନେଶ୍ୱର ଯାତାୟତ କରୁଥିଲେ । କିନ୍ତୁ ଏବେ୨୦୦୬ ପରେ କେବଳ ଭଦ୍ରକ ଭୁବନେଶ୍ୱର ଡ଼ି ଏମ ୟୁ ୬:୧୫ ରେ ଭଦ୍ରକ ଛାଡି ଭୁବନେଶ୍ୱର ରେ ୧୦:୦୦ ଟା ରେ ପହଂଚୁଛି। ଯୋଉଟା କି ବେସରକାରୀ କର୍ମଚାରୀ, ରୋଗୀ ଓ ଶ୍ରମିକ ଶ୍ରେଣୀର ଲୋକ ସକାଳୁ ଯିବା ଆସିବା ପାଇଁ ନିର୍ଭରଶୀଳ । ୨୦୦୬ ରୁ ୨୦୧୪ ଯାଏ ଉପରୋକ୍ତ ଭଦ୍ରକ ଭୁବନେଶ୍ୱର ଡ଼ି ଏମ ୟୁ (୫୮୪୦୭) ଆଗରୁ ଗନ୍ତବ୍ୟ ସ୍ଥଳରେ ସକାଳ୯:୪୦ ରୁ ୯:୫୫ ଭିତରେ ପହଂଚୁଥିଲା। କିନ୍ତୁ ଏବେ ସକାଳ୧୦ : ୦୦ ପରେ ପହଂଚୁଥିବାରୁ ବହୁତ ଅସୁବିଧା ହଉଛି। ଏହାର ସମୟ ପରିବର୍ତ୍ତନ ପାଇଁ ବାରମ୍ବାର ଦରଖାସ୍ତ ଦିଆଗଲେ ମଧ୍ୟ ରେଳ କର୍ତ୍ତୃପକ୍ଷ ଧ୍ୟାନ ଦେଉନାହାନ୍ତି।

ଗତ ଏପ୍ରିଲ ୨୦ ତାରିଖରୁ ସେହି ଟ୍ରେନ କୁ ବଦଳାଇ ମେମୁ ଟ୍ରେନ ପରିଚାଳନା କରାଗଲା।କିନ୍ତୁ ୨୦ ରୁ ଆଜି ଯାଏ ଟ୍ରେନ କୌଣସି ଦିନ ବି ଠିକ ସମୟ ରେ ଆସୁନାହିଁ। ଓଡିଶା ର ପ୍ରତିଟି କୋଣରୁ ଯଥା ବ୍ରହ୍ମପୁର ହଉ ବ ତାଳଚେର ଅନୁଗୁଳ ହେଉ୨-୩ ଟି ସାଧାରଣ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବା ସହ ଗନ୍ତବ୍ୟ ସ୍ଥଳ ରାଜଧାନୀ ଭୁବନେଶ୍ବର ରେ ୯:୩୦ ସମୟରେ ପହଂଚୁଛି । କିନ୍ତୁ ଭଦ୍ରକ ଯାଜପୁ ର ଓ କଟକ ଜିଲ୍ଲା ର କିଛି ଅଂଚଳର ଷ୍ଟେସନ ଗୁଡିକ ପାଇଁ କେବଳ ସକାଳୁ ଗୋଟିଏ୫୮୪୦୭/୬୮୪୦୭ ଚାଲୁଛି। ୨୦ ତାରିଖ ପରେ ମେମୁ ଟ୍ରେନ ଚାଲିବା ପରେ ଲୋକେ ନାହି ନଥିବା ଅସୁବିଧା ର ସମୁଖୀନ୍ନ ହଉଛନ୍ତି। ସବୁଦିନ ସବୁ ଷ୍ଟେସନ ରୁ ଯାତ୍ରି ମାନେ ଘରକୁ ଫେରିକି ଯାଉଛନ୍ତି କାରଣ ମେମୁ ଟ୍ରେନ ଚାଲିବା ପୂର୍ବରୁ ଯେଉଁ ଟ୍ରେନ ଚାଲୁଥିଲା ସେଥିରେ ୧୫-୧୮ ଟି ବଗି ରହୁଥିଲା ମାତ୍ର ମେମୁ ଟ୍ରେନ ରେ କେବଳ ୧୨ ଟି ବଗି ରହୁଛି।ସେଥିପାଇଁ ଅଧିକାଂଶ ଲୋକ ଗାଡି ଆରମ୍ଭ ହବା ଷ୍ଟେସନ ରୁ ହିଁ ଯାତ୍ରୀ ବଗିରେ ପୁର୍ଣ ହେଇଯାଉଛନ୍ତି କାରଣ ପୂର୍ବ ଟ୍ରେନ ରେ ପ୍ରତି ବଗି ରେ ୧୦୮ ଟି ସିଟ ଥିଲା କିନ୍ତୁ ଏ ମେମୁ ଟ୍ରେନ ରେ ମାତ୍ର୭୨ ଟି ରହୁଛି ଏଥିରେ ମଧ୍ୟ ଆସବାବପତ୍ର ରଖିବାକୁ ଯାଗା ନାହିଁ। ନା ଏ ଟ୍ରେନ ଶୀଘ୍ର ପହଂଚୁଛି ନା ଲୋକଙ୍କୁ ଯାଗା ହଉଛି ସେଥିପାଇଁ ଯାତ୍ରୀ ମାନଂକ ଅସୁବିଧାକୁ ଦେଖି ଯଦି ରେଳ କର୍ତ୍ତୃପକ୍ଷ ଏହି ଟ୍ରେନ ପୂର୍ବରୁ ଯଦି ଏକ ଟ୍ରେନ ର ଯୋଜନା କରିପରନ୍ତେ ତାହେଲେ ଯାତ୍ରୀମାନେ ଏତେ ଅସୁବିଧା ର ସମ୍ମୁଖୀନ ହୁଅନ୍ତେ ନାହିଁ।

Asutosh Kara
Kanchia, Haaridaspur, Jajpur

Related Posts

About The Author

Add Comment