ରେଳବାଇ ଜେଇଙ୍କୁ ମାଡ଼ପିଟ ଅଭିଯୋଗ

Spread the love

ରାଉରକେଲା,୨୨/୮ (ସନ୍ଧାନ ନିୟୁଜ/ସୁବୋଧ ନାୟକ): ରେଳବାଇ ଜେଇଙ୍କୁ ଜଣେ ଠିକାଦାର ମାଡ଼ ମାରିଥିବା ରେଳବାଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । । ରାଉରକେଲା ରେଲୱେ ଷ୍ଟେସନ ପ୍ଲାଟଫର୍ମ ନଂ-୧ରେ ଘଟିଛି ଏଭଳି ଘଟଣା । ରେଳ ଷ୍ଟେସନରେ ରେଳବାଇ ପକ୍ଷରୁ ବିଭିନ୍ନ ପ୍ରକାର ନିର୍ମାଣ କାର୍ଯ୍ୟ ଚାଲିଛି । ରେଳବାଇ ଜେଇ ରବିରଂଜନ ଭାରତୀ ଗତକାଲି ସଂଧ୍ୟା ପ୍ରାୟ ୬ଟା ବେଳେ ୧ ନମ୍ବର ପ୍ଲାଟଫର୍ମରେ ବୁଲାବୁଲି କରୁଥିଲେ । ସ୍ଥାନୀୟ ଗୋପବନ୍ଧୁପାଲୀରେ ରହୁଥିବା ଠିକାଦାର ବାସୁଦେବ ଦାସ ବି ଉପସ୍ଥିତ ଥିଲେ । ତେବେ କୌଣସି କଥାକୁ ନେଇ ଉଭୟଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା । ବାସୁଦେବ ଏଥିରେ ଉତ୍ୟକ୍ତ ହୋଇ ଜେଇ ଶ୍ରୀ ଭାରତୀଙ୍କୁ ଚାପୁଡ଼ା ଓ ମୁଥ ମାରିଥିଲେ । ମାଡ଼ପିଟ ଘଟଣାପରେ ଠିକାଦାର ସେ ଅଂଚଳରୁ ଚାଲି ଯାଇଥିଲେ । ପରେ ଜେଇ ରେଳବାଇ ଥାନାରେ ପହଂଚି ଠିକାଦାରଙ୍କ ବିରୋଧରେ ଏତଲା ଦେଇଥିଲେ । ପୁଲିସ ୩୪୧/୨୯୪/୩୫୩ ଧାରାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

Related Posts

About The Author

Add Comment