ଭୁବନେଶ୍ବର, ୨୪/୦୩ (ସନ୍ଧାନ ନିୟୁଜ): ରେଳବାଇ ସଂରକ୍ଷିତ, ଅଣସଂରକ୍ଷିତ ଟିକେଟ କାଉଣ୍ଟର ଏବଂ ପାର୍ସଲ ଅଫିସ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ ରହିବ । ରିଜର୍ଭେସନ ଟିକେଟ ଉପରେ ରିଫଣ୍ଡ କ୍ଲେମ କରିବା ପାଇଁ ୩ ମାସ ସମୟ ଦେଇଛି ରେଳ ବିଭାଗ । କୋରୋନା ଭାଇରସରୁ ଦେଶକୁ ରକ୍ଷା କରିବା ପାଇଁ ସାରା ଦେଶରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ରେଳ ସେବାକୁ ବାତିଲ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଅଧୀନରେ ଥିବା ସମସ୍ତ ଷ୍ଟେସନ ଠାରେ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ, ଅଣସଂରକ୍ଷିତ ଟିକେଟ ପ୍ରଣାଳୀ ସହିତ ପାର୍ସଲ ଅଫିସକୁ ମଧ୍ୟ ମାର୍ଚ୍ଚ ଶେଷ ଯାଏଁ ବନ୍ଦ କରି ଦିଆଯାଇଛି । ଏହି ସମୟରେ ଆଗ ଧାଡ଼ିର କର୍ମଚାରୀ ପିଆରଏସ, ୟୁଟିଏସ, ପାର୍ସଲ ଅଫିସ ଓ ଟିକେଟ ଚେକିଂ କର୍ମଚାରୀମାନେ ଅନ୍ୟାନ୍ୟ କାର୍ଯ୍ୟାଳୟ ସମ୍ବନ୍ଧୀୟ କାର୍ଯ୍ୟରେ ନିୟୋଜିତ ରହିବା ସହିତ ଦରକାର ହେଲେ ସେମାନଙ୍କର କାର୍ଯ୍ୟାଳୟ ରେକର୍ଡ କାର୍ଯ୍ୟରେ ନିୟୋଜିତ ହେବେ ।
ରେଳବାଇର ସଂରକ୍ଷିତ, ଅଣସଂରକ୍ଷିତ ଟିକେଟ କାଉଣ୍ଟର ମାର୍ଚ୍ଚ ୩୧ ଯାଏଁ ବନ୍ଦ
|
March 24, 2020 |