ରେଳଫାଟକ ପାଇଁ ବଢୁଛି ଟ୍ରାଫିକ ସମସ୍ୟା

Spread the love

ବେତନଟୀ, 05.12.2020 (ଲିଙ୍ଗରାଜ ପଣ୍ଡା): ମାତ୍ର ୧୫ ମିନିଟ ପାଇଁ ରେଳଫାଟକ ବନ୍ଦ ରହିବାରୁ ଉଭୟ ପାର୍ଶ୍ଵ ରେ ଅଟକି ରହି ଲା ୫ଶହରୁ ଊଦ୍ଧ ଯାନବାହନ ଯାହାକୁ ସ୍ଵାଭାବିକ ହେବାପାଇଁ ଲାଗିଗଲା  ୩୦ମିନିଟରୁ ଉର୍ଦ୍ଧ୍ବ ସମୟ । ଏ ହେଉଛି ମୟୁରଭଞ୍ଜ ଜିଲ୍ଲା ବେତନଟୀ-ବଡ଼ସାହି ମୁଖ୍ୟରାସ୍ତାର ସମସ୍ୟା  ବେତନଟୀ ବଜାରକୁ ସଂଯୋଗ କରୁଥିବା ୩ ପ୍ରମୁଖ ରାସ୍ତାରେ ଜଗୁ ଆଳିଯୁକ୍ତ ରେଳଫାଟକ ନିର୍ମାଣ କରାଯାଇଛି । ତେବେ ମୁଖ୍ୟତଃ ବେତନଟୀ ବଜାରର ମୁଖ୍ୟରାସ୍ତା ତଥା ବେତନଟୀ-ବଡସାହି ରାସ୍ତାରେ ଥିବା ରେଳଫାଟକ ଦେଇ ସର୍ବାଧିକ ଯାନବାହନ ଯାତାୟାତ କରିଥାଏ । ବସ୍‌, ଟ୍ରକ, କାର ସମେତ ସମସ୍ତ ପ୍ରକାର ଯାନବାହନ ଏହି ରାସ୍ତା ଦେଇ ଯାତାୟାତ କରିଥାଏ । ମାତ୍ର ଏଠାରେ ରେଳ ଓଭରବ୍ରିଜ ନଥିବାରୁ ଟ୍ରେନ ଯାତାୟାତ ସମୟରେ ୧୫ମିନିଟରୁ ଉଦ୍ଧି ସମୟଧରି ଫାଟକ ବନ୍ଦ କରାଯାଇଥାଏ। । ବିଶ୍ୱ ମହାମାରୀ କରୋନା ପାଇଁ ବନ୍ଦ ପଡ଼ିଥିବା ରେଳସେବାକୁ ସାମୟିକ ଭାବେ କିଛିଦିନ ପାଇଁ ବାଙ୍ଗିରିପୋଷିଭୁବନେଶ୍ୱ ର ସୁପରଫାଷ୍ଟ ଟ୍ରେନକୁ ଚଳାଚଳ କରାଯାଉଥିଲା । ମାତ୍ର ଆବଶ୍ୟକ ସଂଖ୍ୟକ ଯାତ୍ରୀ ନହେବାରୁ ଉକ୍ତ ସ୍ପେଶାଲ ଟ୍ରେନକୁ ମଧ୍ୟ ବନ୍ଦ କରିଦିଆଯାଇଛି । ତେବେ ରୁପସା-ବାଙ୍ଗିରିପୋଷି ରେଳପଥର ବିଦ୍ୟୁତିକରଣ ନିମନ୍ତେ କାଯ୍ୟ ଦୃତଗତିରେ ଚାଲିଥିବା ବେଳେ ଇଲେକ୍ତିପୋଲ(ଲୁହାଖୁଣ୍ଟ) ପରିବହନ ପାଇଁ ଏକ ଦୁଇ ଇଞ୍ଜିନ ବିଶିଷ୍ଟ ଏକ ଟ୍ରେନ ବେତନଟୀ ଷ୍ଟେସନରେ ଅଟକି ରହୁଛି । ସେଥିରେ କର୍ମଚାରୀ, ଇଞ୍ଜିନିୟରଙ୍କ – ପାଇଁ ଗୋଟିଏ ବଗି ଥିବାବେଳେ  ଇଲେକ୍ତି ପୋଲ ତଥା ଅନ୍ୟାନ୍ୟ ମାଲ। ପରି ବହନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ତେବେ ଏହି କାର୍ଯ୍ୟପାଇଁ ଶୁକ୍ରବାର ପୂର୍ବାହ୍ନ ରେ ବିଦ୍ୟୁତ୍ ଖୁଣ୍ଟ ପରିବହନ କରୁଥିବା ଏହି ଟେନ ଯାତାୟତା ପାଇଁ ବଜାର ମୁଖ୍ୟରାସ୍ତାରେ ଥିବା ଫାଟକକୁ ବନ୍ଦ ରଖାଯାଇଥିଲା  ସକାଳ ୧୧ଟାରୁ ୧୧ଟା ୧୫ମିନିଟ ପର୍ଯ୍ୟନ୍ତ ଫାଟକ ବନ୍ଦ ରଖାଯିବାରୁ ଉଭୟ ପଟେ ଶହ ଶହ ଯାନବାହନ ଅଟକି ରହିଥିଲା  ଫଳରେ ଗୁରୁତର ଟ୍ରାଫି କ ସମସ୍ୟା ଦେଖାଦେଇଥିବା ବେଳେ ଯାତାୟାତ ସ୍ଵାଭାବିକ ହେବାକୁ ୩୦ମିନିଟରୁ ଉର୍ଦ୍ଧ୍ବ ସମୟ ଲାଗିଥିଲା  ଶୁକ୍ରବାର ବେତନଟୀ ସାପ୍ତାହିକ। ହାଟ ଥିବାରୁ ଟ୍ରାଫିକ ସମସ୍ୟା ଅଧିକ ଦେଖାଦେଇଥିଲା । ଯେଉଁଥି ପାଇଁ ।ଡି ଚାଳକଙ୍କୁ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡିଥିଲା । ବର୍ତ୍ତମାନ ଟ୍ରେନ ଚଳାଚଳ ବନ୍ଦ ଥିଲେ ମଧ୍ୟ ଏହି ରୁଟ୍ରେ ଗୋଟିଏ ସୁପରଫାଷ୍ଟ, ଗୋଟିଏ ଡିଏମ୍ୟୁ ନିୟମିତ ଭାବେ ଚଳାଚଳ କରୁଥିବା ବେଳେ ଗୋଟିଏ ସ୍ପେଶାଲ ଟ୍ରେନ ଚଳାଚଳ କରୁଛି  ଆଗକୁ ଏହି ରେଳପଥ ବାଙ୍ଗିରିପୋଷିରୁ ଗୋରୁମହିଷାଣୀ ନଚେତ ବୁଢାମରାରୁ ଚାକୁଳିଆ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇ ଡବଲ ଲାଇନ୍ ହେବାର ପ୍ରସ୍ତାବ ମଧ୍ୟ ରହିଛି ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୁଏ ତାହେଲେ ରୂପସାବାଙ୍ଗିରିପୋଷି ରୁରେ ଟ୍ରେନ ଚଳାଚଳ ବଢିବା ସହିତ ଏହି ସମସ୍ୟା ଅଧିକ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିବ ।

 

 

 

Related Posts

About The Author

Add Comment