ରେଲୱେ ଟ୍ରାକରୁ ମିଳିଲା ଦିଲ୍ଲୀ ବିଶ୍ଵବିଦ୍ୟାଳୟ ପ୍ରଫେସରଙ୍କ ମୃତଦେହ, ଘରୁ ମା’ଙ୍କ ଝୁଲନ୍ତା ମରଶରୀର ଜବତ

Spread the love

ନୂଆଦିଲ୍ଲୀ, ୨୧/୧୦ (ସନ୍ଧାନ ନିଉଜ) : ଦିଲ୍ଲୀ ବିଶ୍ଵବିଦ୍ୟାଳୟର ଜଣେ ପ୍ରଫେସର ତଥା ସେଣ୍ଟ ଷ୍ଟିଫେନ୍ସ କଲେଜର ଅତିଥି ଅଧ୍ୟାପକଙ୍କ ମୃତଦେହ ପୁଲିସ ରେଲୱେ ଟ୍ରାକରୁ ଉଦ୍ଧାର କରିଛି। ସେପଟେ ଘରୁ ପ୍ରଫେସରଙ୍କ ମା’ଙ୍କ ଝୁଲନ୍ତା ମରଶରୀରକୁ ପୁଲିସ ଜବତ କରିଛି। ଗୋଟିଏ ଦିନରେ ମା’ ଓ ପୁଅଙ୍କ ମୃତ୍ୟୁକୁ ନେଇ ନାନା ସନ୍ଦେହ ସୃଷ୍ଟି ହୋଇଥିବାବେଳେ ପୁଲିସ ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

ପ୍ରଫେସର ଜଣକ ଆଲେନ ଷ୍ଟାନ୍‌ଲି ବୋଲି ଚିହ୍ନଟ ହୋଇଛନ୍ତି। ସେ ତାଙ୍କ ମା’ଙ୍କ ସହିତ ଉତ୍ତର ଦିଲ୍ଲୀର ପିତମପୁରା ଅଞ୍ଚଳରେ ଥିବା ଆଶିୟାନା ଆପାର୍ଟମେଣ୍ଟରେ ରହୁଥିଲେ। ତାଙ୍କର ନିଜର ଘର କେରଳର କୋଟ୍ଟୟାମ ଜିଲା ଅନ୍ତର୍ଗତ ପାମ୍ପାଡି ସହରରେ। ଶନିବାର ସକାଳେ ସରାଇ ରୋହିଲ୍ଲା ରେଳ ଷ୍ଟେଶନର ଟ୍ରାକ୍‌ ଉପରେ ତାଙ୍କ ମୃତଦେହ ପଡ଼ିଥିଲା। ପିସିଆରକୁ ଖବର ମିଳିବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ଡ୍ରାଇଭିଂ ଲାଇସେନ୍ସରୁ ତାଙ୍କ ପରିଚୟ ଜଣାପଡ଼ିଥିଲା ବୋଲି ଏସପି ବିକ୍ରମ ସିଂହ କହିଛନ୍ତି। ମୃତଦେହ ଉପରେ ଟ୍ରେନ ଚଢ଼ିଯାଇଥିବା ଜଣାପଡ଼ିଛି। ଦିଲ୍ଲୀ ବିଶ୍ଵବିଦ୍ୟାଳୟର ସେଣ୍ଟ ଷ୍ଟିଫେନ୍ସ କଲେଜରେ ସେ ଅତିଥି ଅଧ୍ୟାପକ ଥିଲେ ବୋଲି ପୁଲିସ ଜାଣିବାକୁ ପାଇଥିଲା। ଉଭୟଙ୍କ ମୃତ୍ୟୁ ସନ୍ଦେହ ଘେରରେ ଥିବାବେଳେ ପୁଲିସ ଏହାକୁ ଆତ୍ମହତ୍ୟା ବୋଲି ଅନୁମାନ କରୁଛି। ଦୁଇଟି ପୃଥକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ସୂଚନାଯୋଗ୍ୟ, ଷ୍ଟାନଲିଙ୍କ ବୟସ ୨୫ରୁ ୨୬ ବର୍ଷ ମଧ୍ୟରେ ହେବ। ସେ ଦିଲ୍ଲୀ ଆଇଆଇଟିରେ ପିଏଚଡି ମଧ୍ୟ କରୁଥିଲେ।

Related Posts

About The Author

Add Comment