ରେଡକ୍ରସ୍ ଓଡିଶା ରାଜ୍ୟ ଶାଖା ପକ୍ଷରୁ ଆନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ଦିବସ – ୨୦୧୯ ପାଳିତ

Spread the love

ଭୁବନେଶ୍ୱର, ୦୬/୧୨ (ସନ୍ଧାନ ନିୟୁଜ) : ପ୍ରତ୍ୟେକ ସ୍ୱେଚ୍ଛାସେବୀଙ୍କୁ କୃତଜ୍ଞତା ଜଣାଇବା ସହ ସ୍ୱେଚ୍ଛାକୃତ ସେବା କ୍ଷେତ୍ରରେ ଯୁବପିଢୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ନିମନ୍ତେ ପ୍ରତ୍ୟେକ ବର୍ଷ ଡିସେମ୍ବର ୫ ତାରିଖକୁ ଆନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ଦିବସ ରୁପେ ପାଳନ କରାଯାଇଥାଏ । ସ୍ୱେଚ୍ଛାସେବୀମାନଙ୍କର ମନରେ ଏକ ସାମାଜିକ ଅଙ୍ଗୀକାରବଦ୍ଧତା ସୃଷ୍ଟି କରିବା ଏବଂ ସାମାଜିକ ପ୍ରବାହରେ ସେମାନଙ୍କୁ ସାମିଲ କରି ସମାଜର ଉନ୍ନତି ସାଧନ କରିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ସ୍ଥାନୀୟ ରେଡକ୍ରସ୍ ଭବନ କାର୍ଯ୍ୟାଳୟ ପରିସରରେ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖା ପକ୍ଷରୁ ଉକ୍ତ ଆୟୋଜିତ ସଭାରେ ଉଦ୍ଘାଟକ ଭାବରେ ଯୋଗ ଦେଇ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ସୁଶ୍ରୀ ସି.ଟି.ମ୍. ସୁଗୁଣା, ଅବସରପ୍ରାପ୍ତ ଭା.ପ୍ର.ସେ.  ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସର୍ବଭାରତୀୟ ଗାନ୍ଧୀ ଅଧ୍ୟୟନର ମହାସଚିବ ଡ. ସୁଧିର ଚନ୍ଦ୍ର ଜେନା ମୁଖ୍ୟ ବ୍ୟକ୍ତାଭାବେ ଯୋଗ ଦେଇ କହିଥିଲେ ଯେ ଆଜିର ଛାତ୍ରସମାଜ ବହିପଢା ଛାଡି ଇଂଟରନେଟ ପଛରେ ଧାଇଁଛି । ପ୍ରକୃତ ଜ୍ଞାନ ପୁସ୍ତକରୁ ହିଁ ମିଳିଥାଏ ଓ ସ୍ୱେଚ୍ଛାସେବା ଆମ ସମସ୍ତଙ୍କ ଧିୟ ହେବା ଦରକାର କିନ୍ତୁ ଆମେ ନିଜକୁ ସବୁ ଦୃଷ୍ଟିରୁ ମଜ୍ବୁତ  କରି ଆଗେଇବାକୁ ପଡିବ । ଆମେ ସାରା ବିଶ୍ୱକୁ ଆମର ସେବା ଦେବା ପୁର୍ବରୁ ପ୍ରଥମେ ପରିବାରର ବୃଦ୍ଧ ପିତା ମାତାଙ୍କର ସେବା କରିବା ଆବଶ୍ୟକ ।  ସମ୍ମାନୀତ ଅତିଥିଭାବେ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର କୋଷାଧ୍ୟକ୍ଷ ମେଜର ଡ. କଳ୍ପନା ଦାସ ଉକ୍ତ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ତତ୍ ସହିତ ଆଜିର ସମାଜରେ ସ୍ୱେଚ୍ଛାସେବୀମାନଙ୍କର ସ୍ୱେଚ୍ଛାକୃତ ସେବାପାଇଁ ଧନ୍ୟବାଦ ଅର୍ପଣ କରି ଯୁବପିଢୀମାନଙ୍କୁ ସେବା ଦିଗରେ ବ୍ରତୀ ରହିବା ପାଇଁ ପ୍ରୋତ୍ସାହିତ କରିଥିଲେ ।
ଅନ୍ୟତମ ଅତିଥିଭାବେ ରେଡ଼କ୍ରସ୍ ଓଡିଶା ରାଜ୍ୟ ଶାଖାର ଅବୈତନିକ ଯୁଗ୍ମ ସଚିବ ଡକ୍ଟର ଦୁର୍ଗା ଶଙ୍କର ଷଡଙ୍ଗୀ ତାଙ୍କ ଅଭିଭାଷଣରେ ଦୃଢ ଇଛାଶକ୍ତି ବଳରେ ଜଣେ ସ୍ୱେଚ୍ଛାସେବୀ କିଭଳି ଅନ୍ୟର ଦୁଃଖକୁ ଲାଘବ କରିପାରେ ଉପଦେଶ ମାଧ୍ୟମରେ  ସ୍ୱେଚ୍ଛାସେବୀମାନଙ୍କୁ ବୁଝାଇଥିଲେ ।
ବର୍ତ୍ତମାନ ସାରା ବିଶ୍ୱରେ ବିଶ୍ୱ ଉତ୍ତାପନ ଓ ଜଳବାୟୁ ପରିବର୍ତ୍ତନ ମନୁଷ୍ୟକୃତ ଏବଂ ଏଠି ଆମେ ସମସ୍ତେ ବିଭାଜିତ । ପରିବେଷ ଅନୁକୁଳ ଜୀବନ ଯାପନ ପାଇଁ ଅମ୍ଭେମାନେ ଶୀତତାପ ନିୟନ୍ତ୍ରିତ ଘରେ ରହୁଥିବା ବେଳେ ସହର ତଳି ଓ ଗ୍ରାମାଂଚଳର ସାଧାରଣ ଗରିବ ଲୋକମାନେ ଅଙ୍ଗାରକାମ୍ଳ, ଶି. ଏଫ୍. ସି ଗ୍ୟାସ ଭଳି ବିଷକୁ ଆହରଣ କରୁଛନ୍ତି । ତେଣୁ ଏକ ଏକୀକରଣ ବିଶ୍ୱର ପରିକଳ୍ପନା ପାଇଁ ସ୍ୱେଚ୍ଛାସେବୀମାନଙ୍କର ଭୂମିକା ସର୍ବାଦୈା ଗ୍ରହଣୀୟ ତେଣୁ ରେଡକ୍ରସର ସ୍ୱେଚ୍ଛାସେବୀମାନେ ଏ ଦିଗରେ ପ୍ରୟାସ କରିବା ଉଚିତ ବୋଲି ଆୟୋଜିତ ଏକ କର୍ମଶାଳାରେ ଅତିଥି ଭାବେ ଯୋଗଦେଇ ଯୁବ ରେଡକ୍ରସ ପରାମର୍ଶଦାତା, ଡ. ସୁବୋଧ ଜଗଦେବ, ଡ. ସତ୍ୟନାରାୟଣ ହୋତା, ଡ. ଦିଲ୍ଲିପ ଶ୍ରୀଚନ୍ଦନ, ରେଡ଼କ୍ରସ୍ ଓଡିଶା ରାଜ୍ୟ ଶାଖାର ଅବୈତନିକ ଯୁଗ୍ମ ସଚିବ ଡକ୍ଟର ଦୁର୍ଗା ଶଙ୍କର ଷଡଙ୍ଗୀ  ମତବ୍ୟକ୍ତ କରିଥିଲେ । ଏତତ୍ ବ୍ୟତୀତ ଏହି ଅବସରରେ ଯୁବ ରେଡକ୍ରସ ପ୍ରାକ୍ତନ ସ୍ୱେଚ୍ଛାସେବୀମାନଙ୍କର ଏକ ମହାସମାବେଶ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ସ୍ୱେଚ୍ଛାସେବୀ ଶ୍ରୀମା ଶତପଥି, ବାପି ନାୟକ, ସମରେଶ ପାଇକରାଏ, ରୋଜାଲିନ ପାତ୍ର, ପ୍ରଦିପ କୁମାର ମଲ୍ଲିକ, ସିଦ୍ଧାର୍ଥ କୁମାର ମହାନ୍ତି, ଆକାଶ କୁମାର ଦାସ, ଯୋଗଦେଇ ସେମାନଙ୍କର ସେବା ଅନୁଭୁତି ଉପରେ ଆଲୋକପାତ କରିଥିଲେ ।

Related Posts

About The Author

Add Comment