ରେଖିଦେଇପୁର ସମବାୟ ସମିତିରେ ଧାନ କିଣାରେ ଦୃନୀତି ଅଭିଯୋଗ , ଧାରଣାରେ ଏ.ଆଇ.କେ.କେ.ଏମ.ଏସ ଓ ଚାଷୀ,,

Spread the love

ଜେନାପୁର,୩/୨(ସନ୍ଧାନ ନିଉଜ୍)/ପ୍ରଶାନ୍ତ ସାମଲ/ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ରେଖିଦେଇପୁର ସମବାୟ ସମିତିରେ ଧାନ କ୍ରୟ କରିବାରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି । ଗୁରୁବାର ଏହାକୁ ବିରୋଧ କରି ଏ.ଆଇ.କେ.କେ.ଏମ.ଏସ ଧର୍ମଶାଳା ବ୍ଲକ କମିଟି ଓ ପଞ୍ଜିକୃତ ଚାଷୀ ମାନଙ୍କୁ ନେଇ ସମବାୟ ସମିତି ଆଗରେ ବିଭିନ୍ନ ଦାବୀ ନେଇ ଏକ ଧାରଣା ଏବଂ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଆଇ.କେ.କେ.ଏମ.ଏସର ବ୍ଲକ ସଭାପତି ପବିତ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଜ୍ୟ ଉପସଭାପତି ଚୈତନ୍ୟ ସାହୁ, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ନାରାୟଣ ପରିଡ଼ା, ବ୍ଲକ କମିଟିର ସଦସ୍ୟ ରୋହିତ ଦାସ ଧାନ ମଣ୍ଡିରେ ଘଟୁଥିବା ଅନିୟମିତତା ଓ ଦୃନୀତି ଦୂର କରିବା ସହ ତୁରନ୍ତ ଧାନ କ୍ରୟ କରିବା, ଟୋକନ ପାଇଥିବା ଚାଷୀ ମାନଙ୍କର ତାଲିକା ସର୍ବସାଧାରଣରେ ପ୍ରକାଶ କରାଆଯାଉ,ମିଲର ମାନଙ୍କ କଟନୀ ଛଟନୀକୁ ବନ୍ଦ କରାଯାଉ, ନାମ ପଞ୍ଜିକରଣରେ ଅନିୟମିତତା ହୋଇଥିବା ଚାଷୀ ମାନଙ୍କର ଧାନ କ୍ରୟ କରିବାର ବ୍ୟବସ୍ଥା କରାଯାଉ ଇତ୍ୟାଦି ଦାବୀ କରି ସମବାୟ ସମିତି ଜରିଆରେ ଜିଲ୍ଲା ପାଳଙ୍କ ନିକଟରେ ଦାବୀ କରିଥିଲେ । ଅନ୍ୟ ପକ୍ଷରେ ସମବାୟ ସମିତିର ସଭାପତି ଓ ସମ୍ପାଦକ ନିଜ ପ୍ରତିକ୍ରିୟାରେ ଅନିୟମିତତା ହେଉନଥିବା ସହ ମିଲର ଆସିଲେ ଧାନ ବିକ୍ରି ହେବ ବୋଲି କହିଛନ୍ତି ।

Related Posts

About The Author

Add Comment