ତିହିଡ଼ି, ୯/୯(ସନ୍ଧାନ ନ୍ୟୁଜ୍/ବିଶ୍ବଜିତ ପଣ୍ଡା) : ଭଦ୍ରକ ଜିଲା ତିହିଡ଼ି ବ୍ଲକ ମୁକୁନ୍ଦପୁର ପଞ୍ଚାୟତରେ ରିଲିଫ ବଣ୍ଟନରେ, ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ସରକାରଙ୍କ ଗାଇଡ୍ଲାଇନକୁ ଉଲ୍ଲଘନ କରି ବିପନ୍ନମାନଙ୍କ ଚାଉଳ ଓ ଟଙ୍କା ହଡ଼ପ କରାଯାଉଥିବା ଅଭିଯୋଗରେ ଦର୍ଶାଯାଇଛି। ବିପନ୍ନଙ୍କ ମଧ୍ୟରେ ପୁଞ୍ଜିଭୂତ ଅସନ୍ତୋଷ ଶନିବାର ଉଗ୍ରରୂପ ଧାରଣ କରିଥିଲା । ବିପନ୍ନମାନେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକଜୁଟ୍ ହୋଇ ପ୍ରତିବାଦ କରିଥିଲେ। ରିଲିଫ୍ ଦାୟିତ୍ବରେ ଥିବା କର୍ମଚାରୀ ଓ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ବ୍ଲକ ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱର ଭାବେ ଗ୍ରହଣ କରି ତୁରନ୍ତ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନୋଡାଲ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟା ଜଳଘେରରେ ରହିଥିବା ବିପନ୍ନଙ୍କୁ ପରିବାର ପିଛା ୫୦ କିଲୋଗ୍ରାମ ଚାଉଳ ଓ ସହାୟତା ରାଶି ବାବଦକୁ ୫ଶହ ଟଙ୍କା ପ୍ରଦାନ ଲାଗି ରାଜ୍ୟ ସରକାର ଘୋଷଣା କରିଛନ୍ତି। ବ୍ଲକ ପ୍ରଶାସନ ଜରିଆରେ ପଞ୍ଚାୟତ ମାଧ୍ୟମରେ ସେମାନଙ୍କୁ ଘରେ ଘରେ ବଣ୍ଟନ କରିବା ଲାଗି ନିର୍ଦ୍ଦେଶ ହୋଇଛି । ଏନେଇ ଚାଉଳ ସହିତ ଟଙ୍କା ମଧ୍ୟ ପଞ୍ଚାୟତକୁ ଯୋଗାଇ ଦିଆଯାଇଛି । ମାତ୍ର ମୁକୁନ୍ଦପୁର ପଞ୍ଚାୟତ ପକ୍ଷରୁ ବିପନ୍ନମାନଙ୍କୁ ୫୦ କିଲୋଗ୍ରାମ ବଦଳରେ ୪୧ କିଲୋଗ୍ରାମ ଏବଂ ୫ଶହ ଟଙ୍କା ବଦଳରେ ୪୪୦ ଟଙ୍କା । ବଣ୍ଟନ କରାଯାଉଥିବା ଅଭିଯୋଗ ହୋଇଛି। ବିପନ୍ନମାନେ ଏହାର ପ୍ରତିବାଦ କରିବାରୁ ସେମାନଙ୍କୁ ସନ୍ତୋଷଜନକ ଉତ୍ତର ମିଳିନ ଥିବା ଅଭିଯୋଗରେ ଦର୍ଶାଯାଇଛି। ରିଲିଫ ଚାଉଳ ଓ ଟଙ୍କା ସେମାନଙ୍କୁ ଗାଁରେ ଦିଆ ନ ଯାଇ ମୁକୁନ୍ଦପୁର ପଞ୍ଚାୟତ ଅଫିସକୁ ଅଫିସକୁ ଡକାଯାଉଛି। ସରକାରୀ ଖାତାରେ ୫୦ କିଗ୍ରା ଚାଉଳ ଓ ୫ଶହ ଟଙ୍କା ଦିଆଗଲା ବୋଲି ଦସ୍ତଖତ କରି ନିଆଯାଉଛି ବୋଲି ଅଭିଯୋଗ ହୋଇଛି। ଅନ୍ୟପଟେ ରିଲିଫ୍ ଟିଠାରେ ନ ଥିବା କେତେକ ପରିବାରକୁ ଉକ୍ତ ଚାଉଳ ଓ ଟଙ୍କା କାଣ୍ଟଛାଣ୍ଟ କରି ବଣ୍ଟନ କରାଯାଉଥିବା କୁହାଯାଉଛି। ରିଲିଫ ବଣ୍ଟନ କରିବା ଲାଗି ଦୁଇ ଜଣ ଶିକ୍ଷକ ନିୟୋଜିତ ହୋଇଥିବା ବେଳେ ଏଭଳି ଦୁର୍ନୀତି ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି। ଏହି ପଞ୍ଚାୟତର ଗୁଜୁପାଳ ମୌଜାର ୪ଟି ୱାର୍ଡର ୪୦୨ ପରିବାରକୁ ରିଲିଫ୍ ପ୍ରଦାନ କରିବା ଲାଗି ପ୍ରଶାସନ ପକ୍ଷରୁ ଚିଠା ପ୍ରସ୍ତୁତ ହୋଇଛି। ଶନିବାର ଏନେଇ ବିପନ୍ନମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ତ ଆସି ଅଭିଯୋଗ କରିଥିଲେ। ଏହାର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ରେ ନିଆଯିବାକୁ ପଞ୍ଚାୟତର ପୂର୍ବତନ ଓ ସମିତିସଭ୍ୟ ତଥା ଭାଜପା ଯୁବନେତା ଉମାକାନ୍ତ ଦାସ, ପ୍ରଶାନ୍ତ କୁମାର ଦାସ, ପ୍ରଶାନ୍ତ ଦାସ, ଗଙ୍ଗାଧର ମହାଳିକ, ଭୀମ ଦାସ, କାଳନ୍ଦୀ ନାୟକ, ଅଜୟ ମହାଳିକ, ଅଶୋକ ରାଉତ ପ୍ରମୁଖ ବିଡିଓ ବସନ୍ତ କୁମାର ସାହାଣୀଙ୍କଠାରେ ଦାବି କରିଛନ୍ତି।