ରାହାଡପୁରହରେ ୧୪୪ ଧାରାରେ ଚାଲିଛି ବେଆଇନ୍ କଳାପଥରର ଖନନ, ଚଢ଼ାଉରେ ଫଳ ଶୁନ

Spread the love

ଧର୍ମଶାଳା, ୫/୯(ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ) ଧର୍ମଶାଳା ତହସିଲ ଅନ୍ତର୍ଗତ ବେଆଇନ୍ କଳାପଥରର ଖନନ ହେଉଥିବା ରାହାଡପୁର ପାହାଡରେ ପ୍ରଶାସନ ପକ୍ଷରୁ ୧୪୪ଧରା ଜାରି କରାଯାଇଛି । ହେଲେ ଏହି ଧାରା ଆଇନକୁ ଭୃକ୍ଷେପ ନକରି କଳାପଥରର ମାଫିଆ ମାନେ ବେଆଇନ ଭାବେ ଖନନ ଜାରି ରଖିଛନ୍ତି । ଏହି ପାହାଡରେ ଖାଦାନ ନମ୍ବର ୧୦, ୪, ଓ ୬ କ୍ୱାରୀ ପାଇଁ ତଳଭାଗରେ ଥିବା ରାଣୀବନ୍ଦୀ ଏମଆଇପି ଡ୍ୟାମ ନଷ୍ଟ ହେବା କାରଣରୁ ପ୍ରଶାସନ ପକ୍ଷରୁ ବିଗତ ଦିନରେ ୧୪୪ ଧରା ଜାରି କରାଯାଇଥିଲା । ତାହା ଅଦ୍ୟବିଧି ବଳବତ୍ତର ରହିଛି । କିନ୍ତୁ ଏହି ନିୟମକୁ ଖାତିର ନକରି ପ୍ରତ୍ୟକ ଦିନ ଶହଶହ ସଂଖ୍ୟାରେ ବେଆଇନ ଭାବେ କଳପଥର ଖନନ କରାଯାଇଥିବା ବେଳେ ବଡବଡ ଟ୍ରିପ. ଟ୍ରକ, ହାଇୱା ମାଧ୍ୟମରେ ପରିବହନ କରାଯାଉଛି । ମାତ୍ର ଆଜି ବିଶେଷ ସୁତ୍ରରୁ ଖବର ପାଇ ଚଢ଼େଇଧରା ପାଣ୍ଡି ଅଧିକାରୀ ସଦଳବଳେ ଚଢ଼ାଉ କରାଯାଇଥିଲେ ସୁଧା ପସର ପାଟିଯାଇଛି । ବାଟରେ ଉକ୍ତ ମାଫିଆ ମାନେ ଖବରଦାତା ରଖି ପୂର୍ବରୁ ସୂଚନା ପାଇ ଜେସବି ଗାଡି ଏବଂ ସମସ୍ତ ଟ୍ରକ ଏବଂ ଅନ୍ୟ ପରିବହନ କରୁଥିବା ଗାଡି ଗୁଡିକ ଖସି ଯିବାକୁ ସକ୍ଷମ ହୋଇଥିଲେ । ଏହା ଉପରେ ଏକ ବଡଧରଣର ଚଢ଼ାଉ ସହିତ ଖବରଦାତା ପାଇଁ ରହିଥିବା ଲୋକମାନଙ୍କୁ ଗିରଫ କରାଯାଇ ପାରିଲେ ପ୍ରଶାସନ ଚଢ଼ାଉ ସଫଳ ହୋଇପାରିବ ବୋଲି ସାଧରଣରେ ଆଲୋଚନା ହେଉଛି ।

Related Posts

About The Author

Add Comment